Saturday, February 1, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଚାରପାଲି କ୍ଳଷ୍ଟରର ନିପୁଣ ଓଡ଼ିଶା ମେଳା

ଚାରପାଲି କ୍ଳଷ୍ଟରର ନିପୁଣ ଓଡ଼ିଶା ମେଳା

ପଦ୍ମପୁର-ରାଜବୋଡାସମ୍ବର ବ୍ଳକ ଶିକ୍ଷା କାର୍ଯ୍ୟାଳୟ ଅଧୀନ ଚାରପାଲି କ୍ଳଷ୍ଟର ର ନିପୁଣ ଓଡ଼ିଶା ମେଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାରସମାଲ ଠାରେ ଶ୍ରୀ ଯୋଗେଶ୍ୱର ବରିହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ମେଳା ରେ ଚାରପାଲି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ କ୍ଷିରାଦ୍ରୀ ପଧାନ ମୁଖ୍ୟ ଅତିଥି, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିଶିକେଶନ ଶତପଥୀ ସମ୍ମାନିତ ଅତିଥି, ଦେବାନନ୍ଦ ତୁରିଆ ବାଦିମାଳ କ୍ଳଷ୍ଟର,ବୀର କିଶୋର ସାହୁ ଖଇରପାଲି କ୍ଳଷ୍ଟର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ।

କ୍ଳଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ନେତ୍ରାନନ୍ଦ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶ୍ରୀ ଭ୍ରମର ପଧାନ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପୂର୍ବତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଦାମ ଚରଣ ବିଶି ମୌଳିକ ସାକ୍ଷରତା ଓ ସଂଖ୍ୟା ଉପରେ ଆଲୋକପାତ କରିଥିଲେ।ଶ୍ରୀ ରମେଶ ଚନ୍ଦ୍ର ଦାଶ ଦୀପ ପ୍ରଜ୍ବଳନ କରାଇଥିଲେ ଏବଂ ନିପୁଣ ଓଡ଼ିଶା ସଂଗୀତ ପରେ ଶପଥ ପାଠ କରାଇଥିଲେ। ଶେଷରେ ଶ୍ରୀ ପ୍ରମୋଦ କୁମାର ପଧାନ ଧନ୍ୟବାଦ ଦେଇଥିଲେ।

error: Content is protected !!