ପଦ୍ମପୁର-ଆସନ୍ତା ଫେବୃୟାରୀ ୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ କେନସର ଦିବସ କୁ ସଚେତନତା ବାର୍ତ୍ତା ମାଧ୍ୟମରେ ସମଗ୍ର ଜନସାଧାରଣଙ୍କୁ ସୂଚିତ ଓ ସଚେତନତା ବାର୍ତ୍ତା ଦେବାପାଇଁ ପଦ୍ମପୁର ଟାଉନ୍ ହଲ୍ ଠାରେ ବିଭିନ୍ନ ଅନୁଷ୍ଠାନ କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲା ତଥା ଓଡ଼ିଶାରେ କେନସର ରୋଗୀ ଓ ତାଙ୍କ ସମ୍ପର୍କିୟ ଙ୍କ ପାଇଁ କାର୍ଯ୍ୟକୁ ଥିବା ସ୍ବେଛାସେବୀ ସଂସ୍ଥା ଫାଇଟର୍ସ ଗୃପ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ରେ ଫାଇଟର୍ସ ଗୃପ ପଦ୍ମପୁର ଶାଖା ତରଫରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ସୈନିକ କଲ୍ୟାଣ ସଂଘ ର ସଭାପତି ରାସ୍ ବିହାରୀ ତ୍ରିପାଠୀ ସଭାପତିତ୍ବ କରିଥିଲାବେଳେ ସାମ୍ବାଦିକ ବିଜୟ କୁମାର ସାହୁ ବୈଠକ ର ଉଦ୍ଦେଶ୍ୟ ଓ ଫାଇଟର୍ସ ଗୃପ ର ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ।

ପଦ୍ମପୁର ସହରର ଯୋଗଦାନ ଦେଇଥିବା ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ମତାମତ ଗ୍ରହଣ କରାଯାଇଥିଲା । ଉକ୍ତ ସଂଗଠନ ଗୁଡିକ ର ମତାମତ ଅନୁସାରେ ଆସନ୍ତା ଫେବୃୟାରୀ ୪ ତାରିଖ ମଙ୍ଗଳବାର ଦିନ ୮ ଘଣ୍ଟା ୩୦ ମିନିଟ ସମୟରେ ପଦ୍ମପୁର ଟାଉନ୍ ହଲ୍ ଠାରେ ସମସ୍ତ କଲେଜର ୨୦ ଜଣ ଛାତ୍ରୀ ଛାତ୍ରୀ ମାନେ ଯୋଗଦାନ ଦେବାସହ ଜନସାଧାରଣ ଓ ବିଭିନ୍ନ ଅନୁଷ୍ଠାନମାନ ଯୋଗଦାନ ଦେଇ କେନସର ସଚେତନତା ବାର୍ତ୍ତା ପ୍ରଚାର କରି ରେଲି ମାଧ୍ୟମରେ ସହର ପରିକ୍ରମା କରିବେ । ବୈଠକ ଶେଷରେ ଫାଇଟର୍ସ ଗୃପ ପଦ୍ମପୁର ଶାଖାର ସଯୋଜକ ସାମ୍ବାଦିକ ଗୋପବନ୍ଧୁ ଶିକା ଧନ୍ୟବାଦ ଅର୍ପଣ କରିଥିଲେ।

