ବରପାଲି-ବରପାଲି ବ୍ଳକ କଦଲିପାଲିଜଗବନ୍ଧୁ ଦାଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ପ୍ରେରଣା ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷ ପ୍ରଦୀପ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଉତ୍ସବ ପରିଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟକ ସନତ ଗଡ଼ତିଆ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିନାନ୍ସ ଫେକ୍ଟ୍ରୀ କେନ୍ଦ୍ରୀୟ ଉଚ୍ଚ ବିଦ୍ୟାଳୟ ବଡ଼ମାଲ ଶିକ୍ଷକ ରାଜମଣୀ ସାହୁ ଯୋଗ ଦେଇଥିଲେ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧ୍ୟାପକ ସୁରେଶ ବାରିକ ସ୍ବାଗତ ସହ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସୁଧାଂଶୁ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ଓ ସମାପ୍ତି ସଙ୍ଗୀତ ଗାନ କରା ଯାଇଥିଲା। ଅଧ୍ୟାପିକା ମିନତି ବାବୁ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ଗତ ବାର୍ଷିକ ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବା ପୂଜାରାଣୀ ବେହେରାକୁ ଶ୍ରେଷ୍ଠ ଛାତ୍ରୀ ଏବଂ ଚଳିତ ବର୍ଷ ସାଂସ୍କୃତିକ ଓ କ୍ରିଡା ପ୍ରତିଯୋଗିତା ଶ୍ରେଷ୍ଠ ପ୍ରତିଦ୍ଵନ୍ଦୀ ମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରା ଯାଇଥିଲା।

ମଧ୍ୟାହ୍ନ ବିରତି ପରେ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା ସୁନ୍ଦର ଭାବରେ ଗୋଟିଏ ସମ୍ବଲପୁରୀ ନାଟକ ସମିଆର୍ ଖେଳ୍ ଏବଂ ଅନେକ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇଥିଲା।ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଭାବେ ନିବେଦିତା ବେହେରା, ବନ୍ଦିତା ପଧାନ, ରବିନ୍ଦ୍ର ସାହୁ, ସୁରେନ୍ଦ୍ର ଦୀପ, ଅନ୍ତର୍ଯ୍ୟାମୀ ପଣ୍ଡା, ପ୍ରଦୀପ ମିଶ୍ର, ପ୍ରକାଶ ନନ୍ଦ, ଆନନ୍ଦ ବେହେରା, କାଲୁ କୁମ୍ବାର ଏବଂ ସମସ୍ତ ଛାତ୍ରୀମାନେ ସାମିଲ ହୋଇ ବିଶେଷ ସହଯୋଗ କରିଥିଲେ ।

