Sunday, March 8, 2026
Homeରାଜ୍ୟଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ।

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଲଖମରା ସ୍ଥିତ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟରେ ଦଶ ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇ ଯାଇଛି । ଏହି ପରିପେକ୍ଷୀରେ ଅଧ୍ୟକ୍ଷ୍ୟ ବିଜୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ଜଗଦଳପୁର ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଏ.ଏସ.ଆଇ ଦେବାର୍ଚନ ଖୁମରା ଯୋଗଦେଇ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷ୍ୟା ତାଲିମର ଉପାଦେୟତା ଉପରେ ଦିଗଦର୍ଶନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଶିକ୍ଷିକା ସୁଶ୍ରୀ ଅର୍ପିତା ପ୍ରଧାନ, ଖେଳ ଶିକ୍ଷକ କରୁଣା ପ୍ରଧାନ, ଲାଇବ୍ରେରୀ ଅନ ଭରତ ଚନ୍ଦ୍ର ସାହୁ ପ୍ରମୁଖ ମଂଚାସୀନ ଥିଲେ । ଶିବିରରେ ଭାଗ ନେଇଥିବା ସମସ୍ତ ୧୨୮ ଜଣ ଛାତ୍ରୀଙ୍କୁ ଅତିଥିଗଣ ମାନପତ୍ର ସହ ପୁରସ୍କୃତ କରିଥିଲେ l

error: Content is protected !!