ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମପଞ୍ଚାୟତର ମଘା ଗ୍ରାମରେ ତିନିଦିନ ବ୍ୟାପୀ ହେଉଥିବା ଗୋପଲୀଳା ମହୋତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପନି ଉତ୍ସବରେ ନନ୍ଦ ରାଜାଙ୍କ ନିମନ୍ତ୍ରଣ ପାଇ ନନ୍ଦ ଦରବାରକୁ ଚାଷୀନେତା କିଶୋର ଚନ୍ଦ୍ର ଦେବତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ,ମେଲଛାମୁଣ୍ଡା ଥାନାଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ,ଭୀଷ୍ମଦେବ ପଣ୍ଡା, ଯୁବନେତା ମୁକେଶ ମୁରାରୀ କେଡିଆଙ୍କ ସମେତ ସାମ୍ବାଦିକ ରିଙ୍କୁ ଦେବତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ପାରାୟଣ ଗାୟିକା ଆରତୀ ପଣ୍ଡାଙ୍କ ମୁଖରୁ ଗୋପଲୀଳା ପାରାୟଣ ଅନୁଷ୍ଠିତ ହେବା ସହ ସଂଧ୍ୟାରେ ସଂକିର୍ତ୍ତନ ଧାରା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ମାନ ଅନୁଷ୍ଠିତ ହେଉଛି।
ଏହି ଗୋପଲୀଳା ପୌରାଣିକ କଥାବସ୍ତୁ ରେ ନନ୍ଦରାଜା ଭୂମିକା ରେ ଗୋପୀନାଥ ଡନସନ ଅଭିନୟ କରୁଥିବା ବେଳେ, ନନ୍ଦରାଣୀ ଖିର ଡନସନା,ବଲରାମ ଆକାଶ ଡନସନା, କୃଷ୍ଣ ଶିବା ଡନସନା,ରାଧା ପୂଜା ଡନସନା ଏବଂ ପ୍ରହରୀ ଭୂମିକାରେ ବସନ୍ତ କଣ୍ଡ ଅଭିନୟ କରୁଛନ୍ତି। କୃଷ୍ଣ,ବଳରାମ,ରାଧା,ଗୋପାଳପୁଅ ଏବଂ ନନ୍ଦରାଜା ନନ୍ଦରାଣୀ ନଗର ଭ୍ରମଣ କରୁଛନ୍ତି।ଏହି ସମୟରେ ସମସ୍ତେ ଗ୍ରାମବାସୀ ଗୋଡ ଧୋଇ ପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରୁଛନ୍ତି।ମଘା ଗାଁଟି ତିନିଦିନ ପାଇଁ ଗୋପପୁର ହେଉଥିବା ବେଳେ ବିଜେପୁର ବ୍ଳକ ଅନ୍ତର୍ଗତ ଟାଙ୍ଗରୁପଦର ଗାଁଟି ମଥୁରା ପାଲଟି ଯାଇଛି। ସମସ୍ତ ଦର୍ଶକଙ୍କ ପାଇଁ ତିନିଦିନ ବ୍ୟାପୀ ଅନ୍ନ କୋଟ ଖୋଲା ଯାଇଛି। ଏଥିରେ ସମସ୍ତ ଗ୍ରାମବାସୀ ସଂପୂର୍ଣ୍ଣ ସହଯୋଗ କରିଛନ୍ତି।