Saturday, March 7, 2026
Homeରାଜ୍ୟନୂତନ ନନ୍ଦୀ ବୃଷଭଙ୍କ ବିଗ୍ରହ ପ୍ରତିଷ୍ଠା ।

ନୂତନ ନନ୍ଦୀ ବୃଷଭଙ୍କ ବିଗ୍ରହ ପ୍ରତିଷ୍ଠା ।

ପଦ୍ମପୁର-ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଜ୍ଞାନ ଗ୍ରାମପଞ୍ଚାୟତ ଧଉଁରାମୁଣ୍ଡା ଗ୍ରାମରେ ଏକ ଦିନାତ୍ମକ ନୂତନ ନନ୍ଦୀ ବୃଷଭଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଏବଂ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି।ପଣ୍ଡିତ ଖୁସିରାମ ତ୍ରିପାଠୀ ଲଗ୍ନ ନିର୍ଦ୍ଧାରଣ କରିଥିବା ବେଳେ ପଣ୍ଡିତ ରିଙ୍କୁ ଦେବତା ନୂତନ ବୃଷଭ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଆଦି ପୂଜାର୍ଚ୍ଚନା କରିଥିଲେ।

ଏଥିରେ ନନ୍ଦୀ ବୃଷଭ ବିଗ୍ରହର ପ୍ରତିଷ୍ଠାତା ଛବିଲ ସାହୁ ଏବଂ ତାଙ୍କ ପତ୍ନୀ ରଶ୍ମୀତା ସାହୁ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ। ଭକ୍ତ ମାନଙ୍କ ପାଇଁ ଅନ୍ନ ଭୋଗର ବ୍ଯବସ୍ଥା ହୋଇଥିବା ବେଳେ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।

error: Content is protected !!