ଝାରବନ୍ଧ-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ପଡିଆରେ ପଞ୍ଚାୟତ ସମିତି ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପର୍ଶୁରାମ ପଣ୍ଡା ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଝାରବନ୍ଧ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ବେହେରା, ତହସିଲଦାର ଅଲେଖ ଘୁଟା, ବ୍ଲକ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ l ଝାରବନ୍ଧ ବ୍ଲକ ମୁଖ୍ୟାଲୟର ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ଥିଲେ।

ଏହି ଅବସରରେ ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ପଡିଆରେ ଦେଶାତ୍ମବୋଧକ ନୃତ୍ୟ ଏବଂ ପରେଡ ପ୍ରଦର୍ଶନ ପ୍ରତିଯୋଗିତା ହୋଇଥିଲା । ଏସ.ଆଇ ରୋଜିନିୟସ ବାଘ, ଅଗ୍ନିଶମ ଓ.ଆଇ.ସି କୃଷ୍ଣ ଚନ୍ଦ୍ର ଶବର ଏବଂ ଅଗ୍ନିଶମ ହାବିଲଦାର ସତ୍ୟ ଶିବାଜୀ ସାମଲ ପରେଡ ବିଚାରକ ଭାବେ ଥିବା ବେଳେ ବରିଷ୍ଠ କଳାକାର ଘନଶ୍ୟାମ ନାଗ, ଝସକେତନ ଦୀପ, ବିବେକାନନ୍ଦ ପଶାୟତ ନୃତ୍ୟ ପ୍ରତିଯୋଗିତାର ବିଚାରକ ଥିଲେ l ପରେଡ ପ୍ରଦର୍ଶନରେ ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଝାରବନ୍ଧ ବାଳିକା ଦଳ ପ୍ରଥମ ସ୍ଥାନ, ଓଡିଶା ଆଦର୍ଶ ବିଦ୍ୟାଳୟ ବଳିଢିପା ଝାରବନ୍ଧ ଦ୍ଵିତୀୟ ସ୍ଥାନ ଏବଂ

ନୋଡାଲ ସ୍କୁଲ ଝାରବନ୍ଧ ତୃତୀୟ ସ୍ଥାନ ହାସିଲ କରି ପୁରସ୍କୃତ ହୋଇଥିବା ବେଳେ ନୃତ୍ୟ ପ୍ରତିଯୋଗିତାରେ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଝାରବନ୍ଧ ପ୍ରଥମ ସ୍ଥାନ, ସରକାରୀ ୟୁପି ସ୍କୁଲ ଦ୍ଵିତୀୟ ସ୍ଥାନ ଏବଂ ସ୍ୱରସ୍ୱତୀ ଶିଶୁ ମନ୍ଦିର ଝାରବନ୍ଧ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି l ଏହି କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା ଅଧକ୍ଷ ଶ୍ୟାମ ସୁନ୍ଦର ବେହେରା କରିଥିଲେ l ସମସ୍ତ ସରକାରୀ କର୍ମଚାରୀ ସମେତ ଜନସାଧାରଣ ଉପସ୍ଥିତ ଥିଲେ l

