Saturday, March 7, 2026
Homeରାଜ୍ୟଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେମାଆ ଜେଜେବାପା ସମ୍ମିଳନୀ ।

ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେମାଆ ଜେଜେବାପା ସମ୍ମିଳନୀ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜେଜେମାଆ ଜେଜେବାପା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।ଏ ଅବସରରେ ମାନନୀୟ ଶ୍ରୀଯୁକ୍ତ ଆନନ୍ଦାନନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କର ଶୁଭ କାମନା କରିଥିଲେ। ମାନନୀୟ ଶ୍ରୀଯୁକ୍ତ ମକରଧ୍ବଜ ଭୋଇ ଜେଜେମାଆ ଜେଜେବାପାଙ୍କ ଦାୟିତ୍ୱ ବିଷୟରେ ବକ୍ତବ୍ୟ ରଖିଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।

ମୁଖ୍ୟ ବକ୍ତା ଶ୍ରୀଯୁକ୍ତ କାଳୀଚରଣ ହୋତା ଜେଜେମାଆ ଜେଜେବାପା ମାନଙ୍କର କର୍ତ୍ତବ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସୁଶ୍ରୀ ହିମାଦ୍ରି ନାଗ ପରିଚାଳନା କରିଥିବାବେଳେ ଶ୍ରୀମତୀ ଶ୍ରୁତି ନାଏକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପରିଶେଷରେ ଉପସଭାପତି ଶ୍ରୀଯୁକ୍ତ ହୃଷିକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ଗୁରୁମା ଗୁରୁଜୀ କାର୍ଯ୍ୟକ୍ରମକୁ ସାହାଯ୍ୟ କରିଥିଲେ।

error: Content is protected !!