Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବରଗଡ ଜିଲ୍ଲାରେ ଏକ ମାତ୍ର ସିନିୟର ଫେଲୋସିପ ପାଇଥିବାରୁ ଲଳିତ ଜଗତ ଙ୍କୁ ବରଗଡ଼ ସାଂସଦଙ୍କ...

ବରଗଡ ଜିଲ୍ଲାରେ ଏକ ମାତ୍ର ସିନିୟର ଫେଲୋସିପ ପାଇଥିବାରୁ ଲଳିତ ଜଗତ ଙ୍କୁ ବରଗଡ଼ ସାଂସଦଙ୍କ ଦ୍ଵାରା ସମ୍ମାନୀତ ।

ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ନାଟ୍ୟରତ୍ନ ପ୍ରାପ୍ତ ନାଟ୍ୟକାର ତଥା ନିର୍ଦ୍ଦେଶକ ଶ୍ରୀ ଲଳିତ ଜଗତ ଙ୍କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାର ଙ୍କ ଦ୍ଵାରା ଫୋକ୍ ଥିଏଟର (ଲୋକ ନାଟକ) ରେ ସିନିୟର୍ ଫେଲୋସିପ୍ ପାଇଛନ୍ତି l ଯାହାକି ଓଡ଼ିଶା ରେ ୨ ଜଣ ସେ ମଧ୍ୟରୁ ପ୍ରଥମ ରେ ଲଳିତ ଜଗତ ଅଛନ୍ତି ଓ ବରଗଡ଼ ଜିଲ୍ଲାରେ ଏକମାତ୍ର ଭାବେ ସିନିୟର୍ ଫେଲୋସିପ ରେ ଗୌରବ ଅର୍ଜନ କରିଛନ୍ତି l ଏ ଖୁସିର ଖବର ଶୁଣିବା ମାତ୍ରେ ଓଡ଼ିଶା, ବରଗଡ଼ ଜିଲ୍ଲା ତଥା ମାଣ୍ଡୋସିଲ ଗ୍ରାମର ସମସ୍ତ ଜନ ସାଧାରଣ କଳାକାର ଭାଇମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l

ଏଥିରେ ବିଶେଷ ଖୁସି ବ୍ୟକ୍ତ ପ୍ରକାଶ କରିଛନ୍ତି ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ଶ୍ରୀ ଜଗତ ଙ୍କୁ ନିଜ ବାସଭବନରେ ଉତ୍ତରୀୟ ପୁଷ୍ପଗୁଚ୍ଛ ସମ୍ୱର୍ଦ୍ଧନା ଦେଇ କହିଛନ୍ତି ଯେ ଏହା ବରଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ l ଶ୍ରୀ ଜଗତ ଜଣେ ବହୁମୁଖୀ ପ୍ରତିଭାଧାରୀ ଏକା ଧାରରେ କବି,ଲେଖକ,ଗୀତିକାର,ନାଟ୍ୟକାର ଓ ନିର୍ଦ୍ଦେଶକ ଅଟନ୍ତି l ସେ ସବୁବେଳେ ୩ ଜଣ ବିଶିଷ୍ଠ କଳାକାର ଙ୍କୁ ଗୁରୁ ବୋଲି ତାଙ୍କର ଆଦର୍ଶ ନୀତି ଉପଦେଶ କୁ ପାଳନ କରୁଥିଲେ l ସେମାନେ ହେଲେ ସୁରେନ୍ଦ୍ର ସାହୁ, କାଳୀଚରଣ ବାଗ ଓ ନବୀନ କିଶୋର ତାଣ୍ଡି l

ଶ୍ରୀ ଜଗତ ଙ୍କ ଉପାୟ ସାଂସ୍କୃତିକ ଅନୁଷ୍ଠାନ ରେଜିଷ୍ଟ୍ରେସନ ଅଛି l ସେ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ନାଟକ ମହୋତ୍ସବ ରେ ଭାଗ ନେଇ ବହୁତ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଛନ୍ତି l ସବୁବେଳେ ଦୁନିଆରେ ଘଟୁଥିବା ବିଷୟବସ୍ତୁକୁ ନାଟକ ଲେଖି ଚର୍ଚ୍ଚା ରେ ଆସିଥାନ୍ତି l ଜନ ସଚେତନତା ଧର୍ମୀ ନାଟକ ଲେଖି ଜନ ସାଧାରଣଙ୍କୁ ସଚେତନ କରିଥାନ୍ତି l ସେ ଏବେ ପର୍ଯ୍ୟନ୍ତ ୨୦୦ ଶହରୁ ଊର୍ଦ୍ଧ୍ବ ନାଟକ ଲେଖି ନିଜେ ନିର୍ଦ୍ଦେଶନା ଦେଇ ସାରିଛନ୍ତି l ସେ ଜଣେ ଭଦ୍ର,ନମ୍ର, ସରଳ,ଶାନ୍ତ , ପରୋଉପକାରୀ ଓ ସମାଜସେବୀ ବୋଲି ସମସ୍ତଙ୍କର ପ୍ରିୟ ହୋଇଛନ୍ତି l

error: Content is protected !!