Saturday, March 7, 2026
Homeରାଜ୍ୟଓଡିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକ ଉତ୍ସବ ଝଙ୍କାର ଉଦଯାପିତ ।

ଓଡିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକ ଉତ୍ସବ ଝଙ୍କାର ଉଦଯାପିତ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବଲିଢିପା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଝଙ୍କାର ଉଦ‌ଯାପିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ରିୟ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି,ନାଟ୍ୟକାର ପ୍ରଫେସର କେଶରଞ୍ଜନ ପ୍ରଧାନ ମୁଖ୍ୟ ବକ୍ତା,ଗୋଷ୍ଠୀ ଉନ୍ନୟନ ଅଧୁକାରୀ ପର୍ଶୁରାମ ପଣ୍ଡା,ବ୍ଲକ ଶିକ୍ଷା ଅଧୁକାରୀ ଶୁଭମ ପତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଅତିଥି ବୃନ୍ଦ ପ୍ରଥମେ ଅଞ୍ଚଳର ପ୍ରତିଷ୍ଠିତ ନୃସିଂହଠାକୁରଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ବିଜୟ ଦାନୀ ମଞ୍ଚ ପରିଚାଳନା କରୁଥିବା ବେଳେ କ୍ଷୀରସାଗର ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଅସିତ ମିର୍ଦ୍ଧାଙ୍କ ସଂଯୋଜନାରେ ପୁରସ୍କାର ବିତରଣ କରାଯାଇଥିଲା।

ବାଳିକା ବିଭାଗ ରେ ତନୀଷା ଗର୍ଗ ଓ ବାଳକ ବିଭାଗରେ ସ୍ମିତା ପରିମିତ ପ୍ରଧାନଙ୍କୁ ଚଳିତ ବର୍ଷରେ ଶ୍ରେଷ୍ଠ ବାଳିକା ଓ ବାଳକ ଭାବରେ ସମ୍ବନ୍ଧିତ କରାଯାଇଥିଲା।ଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମୋତେ ବୁଦ୍ଧରାଶ୍ରମ ମନା ଏକାଙ୍କିକାପ୍ରଦର୍ଶନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ସହଯୋଗ କରିଥିଲେ ।

error: Content is protected !!