Saturday, March 7, 2026
Homeରାଜ୍ୟରେମଣ୍ଡା ଠାରେ ବିଜୁ କଲ୍ୟାଣ ମଣ୍ଡପ ଉଦଘାଟିତ ।

ରେମଣ୍ଡା ଠାରେ ବିଜୁ କଲ୍ୟାଣ ମଣ୍ଡପ ଉଦଘାଟିତ ।

ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ ଜିଲ୍ଲା ରେମଣ୍ଡା ଠାରେ ବିଜୁ କଲ୍ୟାଣ ମଣ୍ଡପ ଶୁଭ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ମହିଳା ବିଜୁ ଜନତାଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଗିଂନୀ ଛୁରିଆ ଯୋଗଦେଇ ବିଧିବଦ୍ଧ ଭାବେ ଉଦଘାଟନ କରି ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରିଥିଲେ। ଏହି ଅବସରରେ ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଲିଙ୍ଗ, ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ, ପଦ୍ମିନୀ ଗଡତିଆ, ପିଂକି ବଢ଼େଇ,ରେମଣ୍ଡା ସମିତି ସଭ୍ୟା

ପିଂକି ସେଠ, ଭେଡେନ ବ୍ଲକ ବିଜୁଜନତା ଦଳର ସଭାପତି ହରିଶଂକର ବେହେରା, ଡାଃ ମନୋରଞ୍ଜନ ମେହେର,ରୁଷୁଡା ପ୍ରାଥମିକ କୃଷି ସମବାୟ ସମିତି ଲି ତଥା ରୁଷୁଡା ସରପଞ୍ଚ ସୁରେନ୍ଦ୍ର କର୍ମୀ, ବକଟୀ ପୂର୍ବତନ ସରପଞ୍ଚ ବୀରବଲ ହୋତା,ମୋହନ ଦୋରା ଅବସରପ୍ରାପ୍ତ ଶିକ୍ଷକ ଶୁଶିଲ ଭୁଏ, ମଧୁସୂଦନ ଭୋଇ, ପ୍ରମୋଦ କୁମାର ଭୋଇ, ଶପଥ ପରିବାର ଦୀପକ ଭୋଇ, ଶୁଭମ ସାହୁ, ଶିବ ନାରାୟଣ ସାହୁ ସମେତ ବହୁ ସଂଖ୍ୟାରେ ବିଜୁ ଜନତାଦଳର କର୍ମୀ ମାନେ ଉପସ୍ଥିତ ଥିଲେ। ରେମଣ୍ଡା ଘସିଆପଡା ର ବହୁ ଦିନର ଆଶାକୁ ପୂରଣ ହେଲା ବୋଲି ଶ୍ରୀମତୀ ସ୍ନେହାଗିଂନୀ ଛୁରିଆ କଂ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ ଓ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

error: Content is protected !!