ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ ଜିଲ୍ଲା ଭେଡେନ ବିଜୟ ମଣ୍ଡପ ଠାରେ ରାମଲୀଳା ମହୋତ୍ସବ ୨୦୨୫, ଅବସରରେ ଅମୃତ କୁଟୁମ୍ ଓ ମାହେଶ୍ୱରୀ ସେନା ର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାମଲୀଳା ମହୋତ୍ସବର ଦଶାନନ ତଥା ରାବଣ ଶ୍ରୀଯୁକ୍ତ ଜଗଦାନନ୍ଦ ମିଶ୍ର (ରାଜକୀୟ ବେଶ) ରେ ଆସି ମାଁ ସମଲେଶ୍ଵରୀ ଦେବୀଙ୍କ ପ୍ରତି ଛବିର ନିକଟରେ ଧୂପଦୀପ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ତାଙ୍କର ସହିତ ମନ୍ତ୍ରୀ ପରିଷଦ ର ଚିନ୍ତାମଣି କୁମ୍ଭାର ଓ କୃଷ୍ନ ଚନ୍ଦ୍ର ମେହେର ଯୋଗ ଦେଇଥିଲେ। ମଂଚ ପରିଚାଳନା କରିଥିଲେ ସାମ୍ବାଦିକ ହିରା ମହାକୁର ।
ସ୍ଵତନ୍ତ୍ର ସମ୍ମାନିତ ଅତିଥି ଭାବେ ରାମଲୀଳା ମହୋତ୍ସବ ର ସଭାପତି ସ୍ଵାଧୀନ ରଥ, ଅମୃତ କୁଟୁମ୍ ର ସଭାପତି ଆନଂଦ ସୁନା ଓ ମାହେଶ୍ୱରୀ ସେନା କୁବେର ମହାକୁର, ଘଡି ବେହେରା ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ସମୟରେ ଏକ ଦମ୍ପତ୍ତି ସଦାନନ୍ଦ ମେହେର ତାଂକ ଧର୍ମପତ୍ନୀ କନକ ମେହେର ସମେତ, ୧୩ ଜଣ ମହିଳା ଓ ୨୩ଜଣ ପୁରୁଷ ସର୍ବ ମୋଟ ୩୬ ୟୁନିଟ୍, ବରଗଡ ରକ୍ତଭଣ୍ଡାର ଅଧିକାରୀ ଅମରଜିତ ମହାନ୍ତି, ଭୂବନ ସାହୁ, କୃଷ୍ନଚନ୍ଦ୍ର ସାହୁ ଓ ରୋହିତ କଲେତ ସଂଗ୍ରହ କରିଥିଲେ। ମହାରାଜ, ଲଂକେଶ୍ୱର ଜଗଦାନନ୍ଦ ମିଶ୍ର ରକ୍ତଦାନ ଶିବିର ପରିଚାଳନା ନିରିକ୍ଷଣ କରି ବରଗଡ ରକ୍ତଭଣ୍ଡାର ଅଧିକାରୀ ମାନଙ୍କୁ ବିନା ରକ୍ତରେ ଲଙ୍କା ରେ କେହି ନମରିବେ ସେଥିପାଇଁ ତାଗିଦ କରିଥିଲେ ଓ
ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ଅମୃତ୍ କୁଟୁମ୍ ଓ ମାହେଶ୍ୱରୀ ସେନା ସମସ୍ତ କର୍ମକର୍ତ୍ତା ମାନଙ୍କୁ ପ୍ରଂଶସା କରିବା ସହିତ ରକ୍ତଦାତା ମାନଙ୍କୁ ରକ୍ତଦାତା ମାନଙ୍କୁ ପ୍ରଣାମ ପତ୍ର ପ୍ରଦାନ କରିଥିଲେ। ଏହି ରକ୍ତଦାନ ଶିବିରକୁ ପରିଚାଳନା ରେ ଗୋପି ମେହେର, ଘନଶ୍ୟାମ ଅଗ୍ରୱାଲ, ପ୍ରହଲ୍ଲାଦ ମେହେର, ଶଶୀଭୂଷଣ ପାଣିଗ୍ରାହୀ, ବୈଶାଖୁ ମେହେର, ସମ୍ଭୂ ପ୍ରଧାନ, ସରୋଜ ପଶାୟତ, ନାଗ ପଟେଲ, ବରୁଣ ଦେହେରୀ, ଅଜିତ ଓ କରୁଣାକର ସମେତ ଅନ୍ୟାନ୍ୟ ବହୁ ସଦସ୍ୟ /ସଦସ୍ୟା ମାନେ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ। ପରିଶେଷରେ ଅମୃତ କୁଟୁମ୍ ର ସଭାପତି ଆନଂଦ ସୁନା ଧନ୍ୟବାଦ ଅର୍ପଣ କରିଥିଲେ।