Friday, January 24, 2025
spot_imgspot_imgspot_img
Homeରାଜ୍ୟନେତାଜୀ ସୁବାଷ ବୋଷ ଏବଂ ବିର ସୁରେନ୍ଦ୍ର ସାଏ ଜନ୍ମ ଜୟନ୍ତୀ ପାଳିତ

ନେତାଜୀ ସୁବାଷ ବୋଷ ଏବଂ ବିର ସୁରେନ୍ଦ୍ର ସାଏ ଜନ୍ମ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ନେତାଜୀ ସୁବାଷ ବୋଷ ଏବଂ ବିର ସୁରେନ୍ଦ୍ର ସାଏ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଅନୁଷ୍ଠାନ ର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଥମେ ଦୁଇ ବରପୁତ୍ର ଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରା ଯାଇଥିଲା ।ପରେ ସଂପାଦକ ସନ୍ତୋଷ କୁମାର ଷଡଙ୍ଗୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l

ବରିଷ୍ଠ ସଦସ୍ୟ ଭୂଷଣ କୁମାର ପାତ୍ର ନେତାଜୀଙ୍କ ସ୍ମୃତି ଚାରଣ କରିବା ସହ ସେ ଜଣେ ଅଗ୍ରଣୀ ସ୍ବାଧୀନତା ସଂଗ୍ରାମୀ ଏବଂ ତାଙ୍କର କାଳଜୟୀ ସ୍ବର “ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ଦେବି” ଆହ୍ବାନ ରେ ଉଦ୍‌ବୁଦ୍ଧ ହୋଇ ଯୁବ ଗୋଷ୍ଠୀ ଭାରତର ସ୍ବାଧୀନତା ସଂଗ୍ରାମରେ ନିଜକୁ ସମର୍ପିତ କରିଥିଲେ ବୋଲି ମତ ବ୍ୟକ୍ତ କରିଥିଲେ।ଠିକ୍ ସେହିପରି ବୀର ସୁରେନ୍ଦ୍ର ସାଏ ଙ୍କ ପବିତ୍ର ଜନ୍ମ ତିଥି ରେ ତାଙ୍କର ସ୍ମୃତି କୁ ଉଖାରି ଥିଲେ ଅନୁଷ୍ଠାନର ସଦସ୍ୟ ଗୋପୀନାଥ ମହାକୁର ।

ଇଂରେଜ ସରକାରଙ୍କ ବିରୁଦ୍ଧରେ ଦୀର୍ଘ ୨୦ ବର୍ଷ ସଶସ୍ତ୍ର ସଂଗ୍ରାମ କରି ଗରିଲା ରଣନୀତି ଆପଣେଇ ଥିଲେ ବୀର ଯୋଦ୍ଧା । ମାଁ ମାଟି ପାଇଁ ଏମାନଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ମହାକୁର ପ୍ରକାଶ କରିଥିଲେ । ସଦସ୍ୟ ସୈ।ମିତ୍ରୀ ମେହେର ସ୍ବାଗତ ଭାଷଣ ଫେଇଥିବାବେଳେ ବେଳେ ଡ.ଦ୍ବିତୀକୃଷ୍ଣ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନୁଷ୍ଠାନ ର ସଦସ୍ୟ ବଳରାମ କାଣ୍ଡ, ନାରାୟଣ ପ୍ରସାଦ ନାୟକ,ଅକ୍ରୂର ଦନ୍ତା ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ସୁରୁ ସାହୁ ବନ୍ଦେ ମାତରଂ ଗାନ କରାଇବା ପରେ କୋଷାଧ୍ୟକ୍ଷ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!