Saturday, March 7, 2026
Homeଖେଳ୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ : ସେମିରେ ପିପିଲି ।

୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ : ସେମିରେ ପିପିଲି ।

ପଦ୍ମପୁର-ପଦ୍ମପୁର ନିକଟସ୍ଥ ଖଇରପାଲି ହାଇସ୍କୁଲ ପଡ଼ିଆଠାରେ ଜେ.ଏସ୍.ସି.ସି ଦ୍ଵାରା ଆୟୋଜିତ ୧୨ ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପର ଦ୍ୱିତୀୟ ଦିନ ଖେଳରେ ୪ଟି ଦଳ ଭାଗ ନେଇଥିଲେ। କ୍ବାଟର ଫାଇନାଲ ମ୍ୟାଚରେ ପାଟଣା ବିହାର କୁ ହରାଇ ପିପିଲି ସେମିଫାଇନାଲରେ ପ୍ରବେଶ କରିଛି। ଦ୍ୱିତୀୟ ମ୍ୟାଚର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡାକ୍ତର ଶଙ୍କର ରାମଚନ୍ଦାନୀ ଓ ସମ୍ମାନିତ ଅତିଥି ଭାବରେ ସମ୍ବଲପୁରୀ ଆଲବମ ଷ୍ଟାର ପ୍ରାଚୀ ପାଣିଗ୍ରାହୀ ଯୋଗଦେଇ ମେନ୍ ଅଫ ଦି ମ୍ୟାଚ ଭାବରେ ପିପିଲି ଦଳର ଭାଗିରଥି ବେହେରା ଙ୍କୁ ପୁରସ୍କୃତ ପ୍ରଦାନ କରିଥିଲେ।

ଜାନୁୟାରୀ ୨୬ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଦ୍ୱିତୀୟ ଦିନର ମ୍ୟାଚକୁ ଅମ୍ପାୟାର ଝସକେତନ, ସନମ, ଦିଲିପ ଏବଂ ଅନ୍ତର୍ଯ୍ୟାମୀ ପ୍ରଧାନ ପରିଚାଳନା କରିଥିବା ବେଳେ ସ୍କୋରର ସୁନୀଲ, ଓ ବୁଦ୍ଧଦେବ ମହାରଣା, ମିଟୁ ଧାରାବିବରଣୀ ପ୍ରଦାନ କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଉମେଶ, ଆକାଶ, ସୁଜିତ, ବିକାଶ, ଅର୍ଜୁନ, ସନ୍ତୋଷ, ଦୟା, ରୋହନ, ସୁଶୀଲ, କ୍ୟାମେରା ମେନ ପପୁ, ଦେବା, ପ୍ରଦୀପ, ଯତୀନ, ଜଗନ୍ନାଥ, ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।

error: Content is protected !!