ପାଇକମାଳ-ଓଡ଼ିଶାର ଅନେକ ପରିବାର ଭାରତର ବିଭିନ୍ନ ପ୍ରାନ୍ତର ରେ ବସବାସ କରି ଓଡିଶା ମାଟିର ନାମ ରଖୁଛନ୍ତି। ସେଥି ମଧ୍ୟରୁ ମହାରାଷ୍ଟ୍ର ପୁନା ସହରରେ ବସବାସ କରୁଥିବା ପ୍ରବାସୀ ଓଡିଆମାନଙ୍କ ପଞ୍ଜୀକୃତ “ଭେଟଘାଟ କଲ୍ଚରାଲ ଏସୋସିଏସନ୍ ” (ବି ସି ଏ )ତରଫ ରୁ ପୁନେ ର ଜୁନିଅର ଷ୍ଟାଫ କ୍ଲବ୍, ଖଡକି ଠାରେ ପୁଷପୁନି ଭେଟଘାଟ ପାଳନ ହୋଇଯାଇଛି। ଏଥିରେ ୩୦୦ ରୁ ଉର୍ଦ୍ଧ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ।
ଏନେଇ ଏକ ସଭା ଆରମ୍ଭ କରାଯାଇଥିଲା ସଭାରେ ସଂଘର ସଭାପତି ହେମସାଗର ସାହୁ ଅଧ୍ୟକ୍ଷତା କରିଥିବା ବେଳେ, ଜେନେରେଲ ସେକ୍ରେଟାରୀ ଦିବ୍ୟକିଶୋର ବକ୍ସସି, ପୂର୍ବତନ ସଭାପତି ସଞ୍ଜୟ ମହାନ୍ତି, ଉପଦେଷ୍ଟା ମନସ୍ବି ପ୍ରଧାନ, ଓ ଅନୁପ ମିଶ୍ର ଯୋଗ ଦେଇ ଉପସ୍ଥିତ ପ୍ରବାସୀ ଓଡ଼ିଆ ମାନଙ୍କୁ ବିଭିନ୍ନ ଉଦାହରଣ ଦେଇ ଭଲ କାମ କରି ଓଡିଶା ମାଟିର ନାମ ରଖିବା ପାଇଁ ଅତିଥି ମାନେ ଓଡ଼ିଆ ଭାଷା ରେ ସୁନ୍ଦର ଭାଷଣ ଦେଇ ଥିଲେ।
ପଶ୍ଚିମ ଓଡ଼ିଶାର ପୁସପୁନି ବିଷୟରେ ମଧ୍ୟ୍ୟ ସଞ୍ଜୟ ମହାନ୍ତି ନିଜର ମତା ମତ ରଖିଥିଲେ। ଏହାପରେ ନାଚ ଗୀତର ବେଶ ଜମିଥିଲା ଅ।ସର। ପ୍ରଥମେ ରାଜଶ୍ରୀ ହୋତା ଏକ ଭଜନ ଗାନ କରିଥିଲେ।ଏହାପରେ ସମ୍ବଲପୁରୀଗୀତ ନାଚରେ ନାଚି ନାଚି ଦୁଲୁକାଇ ଥିଲେ କଳାକାର ମାନେ,ମୁଗ୍ଧ ହୋଇ ଦର୍ଶକମାନେ ମଧ୍ୟ୍ୟ ନାଚି ପକାଇ ଥିଲେ। ଏହା ସାଙ୍ଗକୁ ପଶ୍ଚିମ ଓଡ଼ିଶା ର ସୁସ୍ୱାଦୁ ଖାଦ୍ୟ ଭାତ, ଡାଲି, ଛତୁ ବେସର, ଘାଣ୍ଟ ତରକାରି, ରସଗୋଲା ଓଡ଼ିଶାରୋଷେଇୟା ରୋଷେଇୟା ସୁଜିତ ହୋତା,ଲମ୍ବୋଦର ବିସୋଇ ଙ୍କଦ୍ୱାରା ପ୍ରସ୍ତୁତି କରାଯାଇ ଥିଲା ସମସ୍ତେ ଏହି ଖାଦ୍ୟ ମନଭରି ଆନନ୍ଦରେ ଖାଇ ଥିଲେ।
ଖାଦ୍ୟ ବହୁତ ସୁସ୍ୱାଦୁ ଥିଲା ସଂଘର ସଭାପତି ହେମ ସାଗର ସାହୁଖାଦ୍ୟ ପ୍ରସ୍ତୁତକାରି ଙ୍କୁ ବହୁତ ପ୍ରଶଂସା କରିଥିଲେ। ଭେଟଘାଟ କଲ୍ଚରାଲ ଏସୋସିଏସନ୍ ” (ବି ସି ଏ ) ଓଡ଼ିଶା ର କଳା ଓ ସଂସ୍କୃତିକୁ ପୁନେ ରେ ବଞ୍ଚାଇ ରଖିବା ପାଇସଭାରେ ମତାମତ ରଖି ଥିଲେ ଅତିଥିମାନେ।ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ଆଗକୁ କଛି ଭଲ କାମ କରିବାକୁ ସଂଘ ଆଲୋଚନା କରିଥିଲା ।ଭେଟଘାଟ କଲ୍ଚରାଲ ଏସୋସିଏସନ୍ ପାଇଁ ସବୁବଳେ ସୁନାମ ଧନ୍ୟ କାମ କରିବା ପାଇଁ ସଂଘ ପକ୍ଷରୁ ସଭାପତି କହିଥିବା ସହ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ।