Wednesday, January 22, 2025
spot_imgspot_imgspot_img
Homeରାଜ୍ୟମନ୍ଦିର ପ୍ରତିଷ୍ଠା ପାଇଁ ସାମ୍ବାଦିକ ସମ୍ମିଳନୀ ।

ମନ୍ଦିର ପ୍ରତିଷ୍ଠା ପାଇଁ ସାମ୍ବାଦିକ ସମ୍ମିଳନୀ ।

ନାମଯଜ୍ଞ ମଣ୍ଡପ ପୁରୀ ମନ୍ଦିର ଭଳି ନିର୍ମିତ ।

ବୌଦ୍ଧ-ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ଯୁଗ୍ମ ମନ୍ଦିର ଜାନୁଆରୀ ୨୪ ତାରିଖ ଠାରୁ ଫେବୃଆରୀ ୩ ତାରିଖ ଏଗାର ଦିନ ବ୍ୟାପି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ l ଏନେଇ ମଙ୍ଗଳବାର ମନ୍ଦିର ନିର୍ମାଣ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମନ୍ଦିର ନିର୍ମାଣ କମିଟିର ସଭାପତି ରାଜେନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l କମିଟିର ସମ୍ପାଦକ ଗୋପାଳ ମେହେର ସ୍ୱାଗତ ଭାଷଣ ଦେଇ ଥିବା ବେଳେ ସଭାପତି ରାଜେନ୍ଦ୍ର ମେହେର ଏଗାର ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ l

ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ହେବ ଏକି ଯୁଗ୍ମ ମନ୍ଦିର ନିର୍ମାଣ ହୋଇଥିବା ବେଳେ ୮୬ ଫୁଟ ଉଚ୍ଚ ବିଶିଷ୍ଟ ଏହି ଯୁଗ୍ମ ମନ୍ଦିର ପାଇଁ ୨କୋଟି ୫୦ ଲକ୍ଷ ଟଙ୍କା ଅଟକଳରେ ମନ୍ଦିର ନିର୍ମାଣ ହୋଇଥିବା ସୂଚନା ଦେଇଥିଲେ l ବିଶିଷ୍ଟ ଶିଳ୍ପୀ ଗୌରବ ମହାରଣା ଏହାର ନିର୍ମାଣ କାର୍ଯ୍ୟ କରିଥିବା ବେଳେ ପ୍ରଦୀପ ମହାରଣା ଏହି ମନ୍ଦିରର କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ l ମନ୍ଦିର ପ୍ରତିଷ୍ଠା ପାଇଁ ଏକ କୋଟି 50 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉ ଥିବା ବେଳେ ନାରାୟଣନଗର ଗ୍ରାମବାସୀ ତଥା ଜିଲ୍ଲା ଓ ଜିଲ୍ଲା ବାହାର ଭକ୍ତଙ୍କ ଅନୁଦାନରେ ଉଭୟ କାର୍ଯ୍ୟକ୍ରମ କରାଯାଉଥିବା ଶ୍ରୀ ମେହେର ସୂଚନା ଦେଇଥିଲେ l ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ଏହି ମନ୍ଦିର କାର୍ଯ୍ୟକ୍ରମରେ ହରିହlଟ ପ୍ରସାଦ ସେବନ, ଛପନ ପ୍ରହରୀ ନାମଯାଜ୍ଞ, ମିନବଜାର, କଂସ ଦରକାର, ନବାହ ପରାୟଣ, ପ୍ରବଚନ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଥିଲେ l

ଏହା ସହ ନାମ ଯଜ୍ଞ ମଣ୍ଡପ ପୁରୀ ମନ୍ଦିର ଭଳି ନିର୍ମିତ ହୋଇ ଭକ୍ତଙ୍କ ପାଇଁ ଏକ ଆକର୍ଷଣ ହେବ ବୋଲି ସୂଚନା ଦେଇଥିଲେ l ଭକ୍ତଙ୍କ ପାଇଁ ପାର୍କିଂ ସୁବିଧା, ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ, ମେଡିକାଲ, ଦମକଳ ବାହିନୀ ପ୍ରସ୍ତୁତ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ l ସହ ସମ୍ପାଦକ ବିଜୟ ସାହୁ ସୁଉଚ୍ଚ ତୋରଣ, ରଙ୍ଗୀନ ଆଲୋକ ସାଜସଜ୍ଜା ଉପରେ ବିସ୍ତୃତ ବିବରଣୀ ଉପସ୍ଥାପନା କରିଥିଲେ l ଶେଷରେ କୋଷାଧ୍ୟକ୍ଷ୍ ପିତାମ୍ବର ମେହେର ଧନ୍ୟବାଦ ଅର୍ପଣ କରିଥିଲେ l ସାମ୍ବାଦିକ ସମ୍ମିଳନୀରେ ମନ୍ଦିର ନିର୍ମାଣ କମିଟିର ସମସ୍ତ ସଦସ୍ୟ ସହ ନାରାୟଣନଗର ଗ୍ରାମବାସୀ ଉପସ୍ଥିତ ଥିଲେ l

error: Content is protected !!