ରାଇରଙ୍ଗପୁର(ଶ୍ଯାମଳେନ୍ଦୁ ପରିଡା)-ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ପଡିଆ ଠାରେ ବାମନଘାଟୀ ଯୁବକ ସଂଘ ଆନୁକୂଲ୍ଯରେ ଆବାହକ ଜିଲ୍ଲା ଯୁବ ସଭାପତି ତଥା ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୨୦ତମ ଟୁସୁ ମେଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ଯ ଅତିଥି ରୂପେ ପୂର୍ବତନ ମୋରଡା ବିଧାୟକ ରାଜ କିଶୋର ଦାସ, ମୁଖ୍ଯବକ୍ତା ଭାବେ ଧର୍ମପଦ ମହାନ୍ତ, ସମ୍ମାନିତ ଅତିଥି ରୂପେ ତିରିଂ ଜିଲ୍ଲା ପରିଷଦ ସଭ୍ଯ ପରେଶ ଚନ୍ଦ୍ର ମୁଣ୍ଡା, ବରିଷ୍ଠ ବିଜେଡି ନେତା ସୁବାଷ ମଣ୍ଡଳ, ବିଜେଡି ଜିଲ୍ଲା ମହିଳାମୋର୍ଚ୍ଚା ସଭାପତି ତନୁଜା ମହାନ୍ତ, ଜିଲ୍ଲା ସମ୍ପାଦକ ସୁଷମା ବେହେରା, ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ସାମ୍ବାଦିକ ତୁଷାରକାନ୍ତ ମହାନ୍ତ ପ୍ରମୁଖ ଯୋଗ ଦେଇ ଟୁସୁଦଳମାନଙ୍କୁ ଉତ୍ସାହିତ କରିବା ସହିତ ବାମନଘାଟୀ ଅଞ୍ଚଳ ହେଉଛି କଳା ଓ ସଂସ୍କୃତି ର ବୀରଭୂମି ବୋଲି ବ୍ଯାଖ୍ଯା କରିଥିଲେ I
ଏଥିରେ ସାହିତ୍ଯିକ ମନମୋହନ ପରମାଣିକ ସଭା ପରିଚାଳନା କରିଥିଲା ବେଳେ ବିଚାରକମଣ୍ଡଳୀ ରୂପେ ଶରତ ମହାନ୍ତ, ବନମାଳୀ ମହାନ୍ତ ଓ ସ୍ବରୂପ ମହାନ୍ତ ପ୍ରମୁଖ ବିଜେତା ଟୁସୁଙ୍କୁ ଚୟନ କରିଥିଲେ I ଉକ୍ତ ଟୁସୁ ମେଳାରେ ସାନ ଓ ବଡ ଟୁସୁ ମିଶାଇ ୧୦ରୁ ଅଧିକ ଅଂଶଗ୍ରହଣ କରିଥିଲେ I ବଡଟୁସୁରେ ପ୍ରଥମ ପୁରସ୍କାର ବଡବାଇକଳା ଦଳ, ଦ୍ବିତୀୟ ପୁରସ୍କାର କରଞ୍ଜିଆର ପକାମୁଣ୍ଡା ମା ପାର୍ବତୀ ଟୁସୁଦଳ ଓ ତୃତୀୟ ପୁରସ୍କାର ସିଂଙ୍ଗାରପୁର ଯଶିପୁର ଦଳ ଏବଂ ସାନଟୁସୁରେ ଆମପରି ହାଟଟାଣ୍ଡି, ପାଣ୍ଡରଶିଳା, କୁରାଙ୍କଚୋପା ଓ ବାଇକଳା ଟୁସୁଦଳଙ୍କୁ ଅତିଥିଗଣ ସାନ୍ତ୍ବନାମୂଳକ ପୁରସ୍କାର ଦେଇ ପୁରସ୍କୃତ କରିଥିଲେ I ଟୁସୁକମିଟୀର ସଦସ୍ଯ ମୃତ୍ଯୁଞ୍ଜୟ ଡାଙ୍ଗୁଆଙ୍କ ବିୟୋଗରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା I
ଏଥିରେ କମିଟୀର ସଭାପତି ଅଶୋକ ଦାସ, ଉପସଭାପତି ବିଜୟ ମହାନ୍ତ (ଗୁନୁ), ସମ୍ପାଦକ ସୁଧାଂଶୁ ଶେଖର ବେହେରା, ସହସମ୍ପାଦକ ରବିନାରାୟଣ ପାତ୍ର, କାର୍ଯ୍ଯକାରୀ ସଦସ୍ଯ ସୁଶାନ୍ତ ବାରିକ, ହେମନ୍ତ ମହାନ୍ତ, ଟିଟୁ ସାହୁ, ଗୌରାଙ୍ଗ ଦତ୍ତ, କୁନା ଦାସ, ରକି ଦାସ, ତାପସ, କାଳିଆ, କାଣ୍ଡ ଓ ଦିପୁ ବଞ୍ଚେଲ ପ୍ରମୁଖ ପରିଚାଳନାରେ ସାହାଯ୍ଯ ଓ ସହଯୋଗ କରିଥିଲେ I ଏହି ବିରାଟ ଟୁସୁ ମେଳାକୁ ଦେଖିବା ପାଇଁ ସ୍ଥାନୀୟ ତଥା ଦୂରଦୁରାନ୍ତରରୁ ପ୍ରାୟ ୩୦ ହଜାର ଲୋକ ଉପସ୍ଥିତ ରହି ଟୁସୁମେଳାର ମଜା ନେଇଥିଲେ I