ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚାଣ୍ଟିପାଲି ଗ୍ରାମପଞ୍ଚାୟତର ଭୁନ୍ଦୁବାହାଲ ସ୍ଥିତ ପୂଜ୍ଯ ସଦ ଗୁରୁଦେବ ସ୍ବାମୀ ଶ୍ରୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ବତୀଙ୍କ ଦ୍ବାରା ପ୍ରତିଷ୍ଠିତ ବିଶ୍ବାତ୍ମା ଗୋଶାଳା ଠାରେ ଏହାର ସାଧାରଣ ସଭା ଅବସରପ୍ରାପ୍ତ ଶିକ୍ଷକ ବିଶ୍ବନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୋତିଲାଲ ଅଗ୍ରୱାଲ ଯୋଗଦେଇଥିବା ବେଳେ, ଅଧ୍ୟାପକ ଧନପତି ଦେବତା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ। ଏଥିରେ ଗାଇସିଲେଟ,ବିଜେପୁର, ପଦ୍ମପୁର ଏବଂ ବଲାଙ୍ଗିର ଜିଲ୍ଲାର ଡୁଡୁକା ବ୍ଳକର ବହୁ ଭକ୍ତ ଓ ବ୍ଯକ୍ତି ବିଶେଷ ଯୋଗଦେଇଥିଲେ।
ଅନୁଷ୍ଠାନର ସଭାପତି ସୁଦାମ ଡନସନା ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ବିଶ୍ବାତ୍ମା ଗୋଶାଳା ସମାଜ ପାଇଁ ଏକ ଆର୍ଶିର୍ବାଦ,ଶିକ୍ଷା ସ୍ବାସ୍ଥ୍ୟ,ସେବାଶ୍ରମ ଏବଂ ସାଧନା ଦିଗରେ ଉକ୍ତ ଗୋଶାଳା ଓ ଆଶ୍ରମ କାର୍ଯ୍ଯରତ। ଗୋଶାଳା କୁ କିଭଲି ଏକ ଆଦର୍ଶ ଗୋଶାଳାରେ ପରିଣତ କରାଯାଇପାରିବ ସେଥିପ୍ରତି ସମସ୍ତେ ଦୃଷ୍ଟି ଗୋଚର କରିଥିଲେ। ସଦାନନ୍ଦ ଡନସନା ସ୍ବାଗତ ଭାଷଣ ଦେଇଥିବାବେଳେ ସଞ୍ଜିବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବର୍ତ୍ତମାନ ଏହି ଆଶ୍ରମରେ ଗୋମାତାଙ୍କ ସେବା ଚାଲୁଅଛି। ଭବିଷ୍ୟତରେ ଏଠାରେ ଗୁରୁକୁଳର ସ୍ଥାପନ ହେବ ବୋଲି ବର୍ତ୍ତମାନର ଗୋଶାଳା ପରିଚାଲକ ସୁଦାମ ଡନସନା ମତବ୍ୟକ୍ତ କରିଛନ୍ତି।