ପଦ୍ମପୁର- ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ୨୯ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଅଷ୍ଟମ ଦିବସର ଦ୍ଵିତୀୟ ଗ୍ରୁପର ସେମିଫାଇନାଲ ମ୍ୟାଚରେ ରାଜା ୱାରିଅର ରାଜମଣ୍ଡ୍ରି ଓ ବ୍ଲୁ ଡାଇମଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବରଗଡ କ୍ରିକେଟ ଦଳ ଟସ ଜିଣି ରାଜମଣ୍ଡ୍ରି ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଓ ରାଜମଣ୍ଡ୍ରି ଦଳ ନିର୍ଦ୍ଧାରିତ ୩୪.୫ ଓଭରରେ ସମସ୍ତେ ୱିକେଟ ହରାଇ ୧୯୪ ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ପ୍ରବୀଣ ୪୯ ବଳରେ ୪୮ ରନ, ଲାବନ ୫୪ ବଳରେ ୪୪ ରନ, ଗଣେଶ ୧୩ ବଳରେ ୧୯ ରନ, ମନୀକାନ୍ତ ୩୯ ବଲରେ ୪୦ ରନ କରିଥିଲେ ।
ବରଗଡ ପକ୍ଷରୁ କମଲ ଦୟାଲ ୨୩ରନ ଦେଇ ୩ ଟି ୱିକେଟ ନେଇଥିଲେ । ଜବାବରେ ବରଗଡ ଦଳ ୩୪.୧ ଓଭରରେ ସମସ୍ତ ୱିକେଟ ହରାଇ ୧୮୬ ରନ କରି ୮ ରନରେ ପରାସ୍ତ ହୋଇଥିଲେ । ବରଗଡ ଦଳ ପକ୍ଷରୁ ଆୟୁଷ କ୍ରିଷ୍ଟୋଫର ୩୮ ବଳରେ ୮୦ ରନ ଓ ପ୍ରବୀଣ ଲୁହା ୩୯ ବଳରେ ୩୬ ରନ ସଂଗ୍ରହ କରିଥିଲେ l ରାଜମଣ୍ଡ୍ରି ଦଳ ପକ୍ଷରୁ ଗଣେଶ ଓ ଚନ୍ଦୁ ରବଡା ୩ ଟି ଲେଖାଏଁ ୱିକେଟ ନେଇଥିଲେ । ଆଜିର ମ୍ୟାଚର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ସାବିତ୍ରୀ ବାଗ ଓ ସମ୍ମାନିତ ଅତିଥି ଭାବରେ ୱାର୍ଡ ମେମ୍ବର ପ୍ରିୟରଞ୍ଜନ ଭୋଇ, କବିତା ସେଠ, ସଂଯୁକ୍ତା ପୃଷ୍ଟି, କ୍ଷୀର ସାନବର୍ଷା, ସବିତା ବରିହା ଯୋଗଦେଇ ମେନ୍ ଅଫ ଦି ମ୍ୟାଚ ଭାବରେ ରାଜମଣ୍ଡ୍ରି ଦଳର ଗଣେଶ କୁ ପୁରସ୍କୃତ କରିଥିଲେ ।
ଆଜିର ମ୍ୟାଚକୁ ଅମ୍ପାୟାର ବଳରାମ ପଟ୍ଟନାୟକ ଏବଂ ବିଶ୍ୱମ୍ଭର ମହାକୁର ପରିଚାଳନା କରିଥିବା ବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ କେଶରଞ୍ଜନ ପ୍ରଧାନ, ରୋହିଣି ପାଣ୍ଡେ,କୁମାର ଆନନ୍ଦ, ବିକାଶ କୁମ୍ଭାର, ଦିବ୍ୟ ପଣ୍ଡା ପ୍ରମୁଖ ମ୍ୟାଚ ର ଧାରାବିବରଣୀ ପ୍ରଦାନ କରିଥିଲେ । ରବିବାର ଫାଇନାଲ ମ୍ୟାଚ ରାଜା୍ୱାରିଅର ରାଜମଣ୍ଡ୍ରି ଓ ୟୁନିଅନ ସ୍ପୋର୍ଟିଙ୍ଗ କଟକ ମଧ୍ୟରେ ଅନୁଷ୍ଠିତ ହେବ l