Saturday, March 7, 2026
Homeଅଘଟଣନିଆଁ ଲାଗି ସମ୍ପୂର୍ଣ ଜଳିଗଲା ଘସିଏନ ପତ୍ରଫଡି, ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ।

ନିଆଁ ଲାଗି ସମ୍ପୂର୍ଣ ଜଳିଗଲା ଘସିଏନ ପତ୍ରଫଡି, ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ।

ପାଟଣାଗଡ଼ – ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଘସିଏନ ପତ୍ର ଫଡ଼ିରେ ଗୁରୁବାର ନିଆଁ ଲାଗି ସମ୍ପୂର୍ଣ ନଷ୍ଟ ହୋଇଛି।ସୂଚନାନୁସାରେ ଘସିଏନ ଗାଁର ଜାମଜୁରୀ ନଦୀ ପାଖରେ କେହି ଜଣେ ନିଆଁ ଲଗାଇଥିଲା ଉକ୍ତ ନିଆଁ ନିକଟସ୍ଥ ଏକ ତାଳ ଗଛ କୁ ଲାଗିଥିଲା।ସେହି ନିଆଁ ପାଖରେ ଥିବା ପତ୍ରଫଡ଼ି ରେ ଲାଗି ଯିବାରୁ ପତ୍ର ଫଡ଼ି ଟି ଜଳି ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ପତ୍ର ଫଡ଼ି ନିକଟରେ ଥିବା ଘର ଗୁଡିକୁ ନିଆଁ ବ୍ୟାପିବା ପୂର୍ବରୁ ସ୍ଥାନୀୟ ଲୋକେ ଦମକଳ ବାହିନୀ କୁ ଖବର ଦେଇଥିଲେ।

ଦମକଳ ବାହିନୀ ନିଆଁ କୁ ଆୟତ୍ତ କରିବା ପୂର୍ବରୁ ପତ୍ର ଫଡ଼ି ଟି ଜଳି ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ଫଡ଼ି ଭିତରେ ପତ୍ର ନ ଥିବାବେଳେ ଫଡ଼ି ଘରର ନିର୍ମାଣ ଖର୍ଚ୍ଚ ଲକ୍ଷେ ରୁ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।ଫଡ଼ି ନିକଟସ୍ଥ ଘର ଗୁଡିକୁ ନିଆଁ ଲାଗିବା ପୂର୍ବରୁ ଦମକଳ ବାହିନୀ ଙ୍କ ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର ଅଘଟଣ ରୁ ଅଳ୍ପକେ ବର୍ତ୍ତି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

error: Content is protected !!