Saturday, March 7, 2026
Homeରାଜ୍ୟଧନୁଯାତ୍ରା ଅବସରରେ ନିଷ୍ଠା ପରିବାରର ରକ୍ତଦାନ ଶିବିର, ଚତୁର୍ଥ ଦିନରେ ୫୧ ୟୁନିଟ ରକ୍ତ ସଂଗୃହୀତ...

ଧନୁଯାତ୍ରା ଅବସରରେ ନିଷ୍ଠା ପରିବାରର ରକ୍ତଦାନ ଶିବିର, ଚତୁର୍ଥ ଦିନରେ ୫୧ ୟୁନିଟ ରକ୍ତ ସଂଗୃହୀତ ।

ବରଗଡ-ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ଜର୍ଜ ହାଇସ୍କୁଲ ,ମିନା ବଜାର ପଡିଆ ଠାରେ ନିଷ୍ଠା ପରିବାର ତରଫରୁ ଚତୁର୍ଥ ଦିନ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରେଡ ଡ୍ରପ ମାରାଥନ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେରିୟସ ଡୁଙ୍ଗ ଡୁଙ୍ଗ ସମ୍ବାନୀତ ଅତିଥି ଭାବରେ ଜିଲ୍ଲା ବାର ଆସୋସିଏସନ ର ସମ୍ପାଦକ ଶ୍ରୀ ଦ୍ଵିତିଶ ଆଚାର୍ଯ୍ୟ (କୁନା), ଟାଉନ ଥାନା ଅଧିକାରୀ ସତ୍ୟଜିତ କାଣ୍ଢେଲକର,

ପ୍ରଭାତ ଆଦିତ୍ୟ ମିଶ୍ର , ଆଥେଲେଟିକ ଆସୋସିଏସନ୍ ର ସଦସ୍ୟ ଅମିୟ ଚରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଧନୁଯାତ୍ରା ଦେଖି ଆସିଥିବା ସମୟ ରେ ରକ୍ତ ଦେବା ପାଇଁ ଯୁବକ ଯୁବତୀ ଙ୍କ ମଧ୍ୟ ରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ବରଗଡ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିରକୁ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ।

error: Content is protected !!