ପଦ୍ମପୁର-ରାଜବୋଡାସମ୍ବର କୃଷକ ସଂଗଠନ ସଦସ୍ୟ ମାନଙ୍କ ମଣ୍ଡି ପରିଦର୍ଶନ କରିଛନ୍ତି। ସଂଗଠନ ତରଫରୁ ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରଥମେ ବରିକେଲ ପରେ ପାଇକମାଲ ବ୍ଲକର ବୁକରମୁଣ୍ଡା, ଟେମରୀ, ଭେଙ୍ଗରାଜ ପୁର, ପାଇକମାଲ, ସରେଇକେଲା, ଲଖମରା, ଚରଦାପାଲି, ସତୀଭଟା ଝାରବନ୍ଧ ବ୍ଲକର ଅମଠି, ଗୋଠୁଗୁଡା, ବିଳାସପୁର, କନ୍ଦାଡ଼ଙ୍ଗର, ଡଭା, କୁର୍ଲୁପାଳି, ଭୈସାଦରା, ଲଉଡ଼ିଦର୍ହା, ଜଗଦଳପୁର ଆଦି ମଣ୍ଡି ବୁଲି ଦେଖିଛନ୍ତି।
ଅତାବିରା ଆର.ଏମ.ସି ରେ ଏ ପର୍ଯ୍ୟନ୍ତ ୧୮ ଲକ୍ଷ ୩୪ ହଜାର କ୍ବିଣ୍ଟାଲ ଧାନ କିଣା ଯାଇଥିବା ବେଳେ ବରଗଡ଼ ଆର.ଏମ.ସିରେ ୧୯ ଲକ୍ଷ ୩୦ ହଜାର କ୍ବିଣ୍ଟାଲ ଧାନ କିଣା ଯାଇଛି ଏବଂ ପଦ୍ମପୁର ଆର.ଏମ.ସି ରୁ ମାତ୍ର ୧୭ ଲକ୍ଷ ୭୩ ହଜାର କ୍ବିଣ୍ଟାଲ ଧାନ କିଣା ଯାଇଛି ଯାହା ୬୦ ପ୍ରତିଶତ ହେବ ଏବଂ ୭୦ ରୁ ଉର୍ଦ୍ଧ୍ୱ ମଣ୍ଡିରେ ଦଶରୁ ପନ୍ଦର ହଜାର ପ୍ୟାକେଟ ଧାନ ମଣ୍ଡିରେ ଖୋଳା ଆକାଶ ତଲେ ପଡି ରହିଛି ।
ମୋଟ ଆର.ଏମ.ସିରେ ୮ ଲକ୍ଷ ୪୧ ହଜାର ୭୦୪ ପ୍ୟାକେଟ ଧାନ ପଡିଛି। ଚାଷୀ ମାନଙ୍କ ପୂଣି ନୁଆଁ ଚାଷ କରିବା ପାଇଁ ଆରମ୍ଭ ହୋଇଗଲାଣି । ବିଭିନ୍ନ ସ୍ଥାନରେ ଧାନ ରୋଆ ମଧ୍ୟ ହୋଇଗଲାଣି ହେଲେ ଚଳିତ ବର୍ଷର ଧାନ ବିକ୍ରି କରି ପାରି ନାହାନ୍ତି। ସରକାରୀ ଅଧିକାରୀ ମାନେ କହିବା ଅନୁସାରେ ଏଫ.ଏ.କ୍ଯୁ ଧାନରେ କଟନୀ ହେଉନାହିଁ ବୋଲି କହୁଥିବା ବେଳେ ୨ କେଜି ଧାନ କାଟୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ପଦ୍ମପୁର ଅଞ୍ଚକ ବାସୀଙ୍କ ପାଇଁ ଏହି ବୈମାତୃକ ମନୋଭାବ ହେତୁ କ୍ଷଭପ୍ରକାଶ କରିବା ସହିତ ଆସନ୍ତା ଶୁକ୍ରବାର ଦିନ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପାଇଁ ନିଷ୍ପତ୍ତି ନିଆଯାଇଛି।
ଏହି ପରିଦର୍ଶନ କାରୀ ଦଳ ମଧ୍ୟରେ ସଂଯୁକ୍ତ କୃଷକ ସଂଗଠନର ରମେଶ ମହାପାତ୍ର ଥିବା ବେଳେ ରାଜବୋଡାସମ୍ବର କୃଷକ ସଂଗଠନର ରୋହିତ ପଧାନ, ସୁବାସ ସାମନ୍ତରାୟ, କାଁହୁ ଚରଣ ମେହେର, ବିଜୟ ସାହୁ , କରମଚାନ୍ଦ ମଗର,ଧର୍ମେନ୍ଦ୍ର ସାହା, ଅଶୋକ ସାହୁ, ପ୍ରମୋଦ ରାୟ, ହେମସାଗର ପଟେଲ, ତୁଲାରାମ ପଧାନ, ମହେନ୍ଦ୍ର ସାହୁ ଏବଂ ରମେଶ ସାହୁ ସାମିଲ ହୋଇଥିଲେ।