ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ଖେଳ ପଡ଼ିଆରେ “ଷଷ୍ଠ ଅତାବିରା ଶିକ୍ଷକ କ୍ରିକେଟ ପ୍ରିମିୟର୍ ଲିଗ୍” ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସମାରୋହରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ବାରିକ , ଅତାବିରା ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ନିଶିକାନ୍ତ ପଣ୍ଡା ଓ ଶିକ୍ଷକ କ୍ରିକେଟ ପ୍ରିମିୟର୍ ଲିଗ୍ ର ସଭାପତି ଶ୍ରୀ ମନୋଜ କୁମାର ପ୍ରଧାନ ଯୋଗଦାନ କରିଥିଲେ ଓ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ| ଏଥିରେ ଚୋରୋଟି ଦଳ ରଶ୍ମୀ ରାଇଡର୍ସ, ଲଳିତ ଷ୍ଟ୍ରାଇକର୍ସ, ନିମାଇଁ ଓ୍ବାରିଅର୍ସ ଓ ବଳରାମ ବ୍ଲାଷ୍ଟର୍ସ ଛଅଟି ଲିଗ୍ ମ୍ୟାଚ ଖେଳିଥିଲେ |
ସପ୍ତମ ତଥା ଫାଇନାଲ ମ୍ୟାଚରେ ଲଳିତ ଷ୍ଟ୍ରାଇକର୍ସର ଅଧିନାୟକ ଶ୍ରୀ ରାଜିବ ଭୁଏ ଟସ୍ ଜିଣି ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଇ ନିର୍ଦ୍ଧାରିତ ୪ ଓଭରରେ ୬ ଓ୍ବିକେଟ୍ ବିନିମୟରେ ମାତ୍ର ୩୧ ରନ୍ ସ°ଗ୍ରହ କରିବାରେ ସମର୍ଥ ହୋଇପାରିଥିଲେ ଯାହାକି ଅଧିନାୟକ ଶ୍ରୀ କୃତାର୍ଥ ଚନ୍ଦ୍ର ଭୁଏଙ୍କ ରଶ୍ମୀ ରାଇଡର୍ସ ୯ ଓ୍ବିକେଟରେ ମାତ୍ର ୨.୧ ଓଭରରେ ସହଜ ବିଜୟ ହାସଲ କରି ଚଳିତ ବର୍ଷର ଚମ୍ପିୟାନ ହୋଇଥିଲେ |ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ କାର୍ତ୍ତିକ ବାଗ ଓ ସମ୍ମାନୀତ ଅତିଥି ଅତାବିରା ବ୍ଲକ ସ୍ପୋଟି° ସ°ଘର ସଭାପତି ଶ୍ରୀ ସୁଦୀପ୍ତ ସାହୁ ଯୋଗଦାନ କରି ଓ୍ବିନର୍ ଓ ରନର୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ |
ଫାଇନାଲ ମ୍ୟାଚରେ ସୁନ୍ଦର ପ୍ରଦର୍ଶନ ଯୋଗୁଁ ଶ୍ରୀ ଛବିଳ ପ୍ରଧାନ ମ୍ୟାନ ଅଫ୍ ଦି ମ୍ୟାଚ ଓ ଟୁର୍ଣ୍ଣାମେଣ୍ଟରେ ଉଚ୍ଚ କୋଟୀର ପ୍ରଦର୍ଶନ ଯୋଗୁଁ ଶ୍ରୀ ହେମନ୍ତ ଷଣ୍ଢଙ୍କୁ ମ୍ୟାନ ଅଫ୍ ଦି ସିରିଜ ଭାବରେ ପୁରସ୍କୃତ କରାଯାଇଥିଲା । ବଳରାମ ବ୍ଲାଷ୍ଟର୍ସର ଅଧିନାୟକ ଶ୍ରୀ ନନ୍ଦୀଘୋଷ ଭୁଏ ଆଜିକାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ନିମାଇଁ ଓ୍ବାରିଅର୍ସର ଅଧିନାୟକ ଦାୟିତ୍ଵ ତୁଲାଇଥିଲେ ଶ୍ରୀ ରମେଶ ଭୁଏ | ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସକ୍ରିୟ ସହଯୋଗ ତଥା, ଅମ୍ପ୍ଯାରିଙ୍ଗ,ସ୍କୋରି°,ବାଉଣ୍ଡ୍ରି ବଏ ଇତ୍ୟାଦି କାର୍ଯ୍ୟରେ ସହଯୋଗ କରିଥିଲେ କୁଲୁଣ୍ଡା ସ୍ପୋଟି° କ୍ଲବର ସମସ୍ତ ସଦସ୍ୟ ।
ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିବ ପଣ୍ଡା, ତ୍ରିଲୋଚନ ଖମାରୀ, ଅନୁତାପ ପଶାୟତ, ଜଗମୋହନ ଭୁଏ, ଧରମ ନାଏକ, ମୁକେଶ ଭୋସାଗର ଆଦି ସକ୍ରିୟ ଅ°ଶଗ୍ରହଣ କରି ସଫଳ କରେଇଥିଲେ | ଚୋରୋଟି ଦଳର ଫ୍ରାଞ୍ଚାଇଜ ଶ୍ରୀ ରଶ୍ମୀ ରଞ୍ଜନ ସାହୁ, ଶ୍ରୀ ଲଳିତ ଭୁଏ, ଶ୍ରୀ ନିମାଇଁ ଚରଣ ସାହୁ ଓ ଶ୍ରୀ ବଳରାମ ମେହେରଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଧିତ କରାଯାଇଥିଲା | ରଶ୍ମୀ ରାଇଡର୍ସ ଦଳ ପକ୍ଷରୁ କୃତାର୍ଥ ଚନ୍ଦ୍ର ଭୁଏ, ମହେନ୍ଦ୍ର ପ୍ରଧାନ, ଛବିଳ ପ୍ରଧାନ, ହେମନ୍ତ ଷଣ୍ଢ,ରାଜକିଶୋର ବରିହା, ଲକ୍ଷ୍ମୀ ବାଗ, ମୁକେଶ ଭୋସାଗର,ପିତାମ୍ବର ସୁନା, ତ୍ରିଲୋଚନ ସେଟ୍,ସୁବାଷ ମହାନନ୍ଦ, ସୁଶୀଲ କୁମାର ସେଟ୍, ଶିବ ପଣ୍ଡା ,ମଣ୍ଡଳ ବୁଡେକ ଆଦି ଖେଳାଳି ଅ°ଶଗ୍ରହଣ କରି ନିଜ ଦଳକୁ ଚମ୍ପିୟାନ କରାଇଥିଲେ | ପରିଶେଷରେ ଜୟଦେବ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ |