Saturday, March 7, 2026
Homeରାଜ୍ୟନୂତନ ଭାବେ ଚୟନ ହୋଇଥିବା ଦୁଇ ସି.ଆର.ପି.ଏଫ ଯବାନଙ୍କୁ ସମ୍ବର୍ଦ୍ଧିତ କଲେ ମା ମାହେଶ୍ବରୀ ସେନା...

ନୂତନ ଭାବେ ଚୟନ ହୋଇଥିବା ଦୁଇ ସି.ଆର.ପି.ଏଫ ଯବାନଙ୍କୁ ସମ୍ବର୍ଦ୍ଧିତ କଲେ ମା ମାହେଶ୍ବରୀ ସେନା ।

ଅତାବିରା(ସୁରେନ୍ଦ୍ର କଠାର)- ଆଞ୍ଚଳିକ ମା ମାହେଶ୍ୱରୀ ମନ୍ଦିର ଗମ୍ଭାରୀପାଲି ଠାରେ ଚଳିତ ବର୍ଷ ସି.ଆର.ପି.ଏଫରେ ଚୟନ ହୋଇଥିବା ଦିବ୍ୟାଂଶୁ ଛୁରିଆ ଓ ପ୍ରଜ୍ଞା ପ୍ରୟାସି ପ୍ରଧାନଙ୍କୁ ମାଁ ମାହେଶ୍ୱରୀ ସେନା ଓ ଡୁମାଲ ସମାଜ, ଗମ୍ଭାରୀପାଲି କେନ୍ଦ୍ର ତରଫରୁ ସମର୍ଦ୍ଧିତ କରାଯାଇଥିଲା । ଜୟନ୍ତ କୁମାର କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମର୍ଦ୍ଧନା ସଭାରେ ଲରମ୍ଭା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଯବାନମାନଙ୍କୁ ଶୁଭେଚ୍ଛା ଦେବା ସହ

ନିଜ ନିଜ ବିଭାଗରେ ସଫଳତାର କାର୍ଯ୍ୟକରି ସବୁବେଲେ ଦେଶ ସେବା ପାଇଁ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ । ଆଇ.ଟି.ବି.ପିରେ ଚୟନ ହୋଇଥିବା ଅମୁଲ୍ୟ କ୍ଷେତି ବର୍ତ୍ତମାନ ପ୍ରଶିକ୍ଷଣରେ ଥିବାରୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାଁ ମାହେଶ୍ୱରୀ ସେନା ତରଫରୁ ଘନଶ୍ୟାମ କମ୍ପ, ପ୍ରତୁଲ କୁମାର କର୍ଣ୍ଣ, ନନ୍ଦକାହ୍ନା ମହାକୁର, ପ୍ରଦୀପ କ୍ଷେତି, ସୁବ୍ରତ ପ୍ରଧାନ, ମାନସ ପ୍ରଧାନ,ବଳରାମ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।

error: Content is protected !!