Saturday, March 7, 2026
Homeରାଜ୍ୟଭୋଇସାଗର ଡ଼୍ୟାମରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବନବିହାର ।

ଭୋଇସାଗର ଡ଼୍ୟାମରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବନବିହାର ।

ପଦ୍ମପୁର-ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ବନବିହାର ଆଜି ଭଗତପୁର ସ୍ଥିତ ଭୋଇସାଗର ଡ଼୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଲସଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ପଙ୍କଜ ସାହୁ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପଲସଦା ସମବାୟ ସମିତି ସମ୍ପାଦକ ଶ୍ରୀଯୁକ୍ତ ହେମନ୍ତ ସାହୁ , ଶିକ୍ଷକ ଶ୍ରୀଯୁକ୍ତ ଶାନ୍ତନୁ ସାହୁ, ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି, ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଦ୍ଵାଦଶ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ।

ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରି ବନବିହାରର ବିଶେଷତା ଉପରେ ଆଲୋକପାତ କରିଥିଲେ। ପରେ ଶିଶୁ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭୋଜି ଭାତର ଆସର ପରେ ଛାତ୍ରଛାତ୍ରୀ ମାନଙ୍କୁ ନିକଟସ୍ଥ ସାଗରକୁ ଭ୍ରମଣରେ ନିଆଁ ଯାଇଥିଲା । ମାତୃଭାରତୀ ସଭ୍ୟା, ପରିଚାଳନା କମିଟିର ସଦସ୍ୟ ବୃନ୍ଦ, ପୂର୍ବ ଛାତ୍ର ପରିଷଦ ଓ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

error: Content is protected !!