Saturday, April 19, 2025
spot_imgspot_imgspot_img
Homeରାଜ୍ୟଭଣ୍ଡାରପୁରୀ ଠାରେ ରାଧା ଗୋବିନ୍ଦ ଗୋ ସେବା ଟ୍ରଷ୍ଟ ଉଦଘାଟିତ।

ଭଣ୍ଡାରପୁରୀ ଠାରେ ରାଧା ଗୋବିନ୍ଦ ଗୋ ସେବା ଟ୍ରଷ୍ଟ ଉଦଘାଟିତ।

ପଦ୍ମପୁର-ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡାରପୁରି ଠାରେ ରାଧା ଗୋବିନ୍ଦ ଗୋ ସେବା ଟ୍ରଷ୍ଟ ଉଦ୍ ଘାଟିତ । ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ଝାରବନ୍ଧ ପଶୁ ଚିକିତ୍ସକ‌ ସମୀର ଖମାରୀ, ଆଲୋକ ରଂଜନ ମେହେର,ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ବେହେରା, ଛୋଟ ଅନକି ଗ୍ରାମ ପଞ୍ଚାୟତ ସରପଞ୍ଚ ଚିନ୍ତାମଣି ରାଉତ, ସମିତି ସଭ୍ୟ ସତ୍ୟମ୍ ପ୍ରଧାନ,କୁମିର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ କ୍ଷୀରସାଗର ସାହୁ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହରିହର ସାହୁ, ଗୋ ସାଳା ସଂଚାଳକ ବେଣୁଧର ପଟେଲ,ସମାଜ ସେବୀ ଦୁର୍ଗା ପ୍ରସାଦ ଅଗ୍ରୱାଲ, ଦେବଦତ୍ତ ଗଡତିଆ,ଗୋବିନ୍ଦ ପଟେଲ, କିଶୋର ବାରିକ ପ୍ରମୁଖ ମଞ୍ଚାସିନ ଥିଲେ।

ପ୍ରଥମେ ଦିବଂଗତ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହ ଙ୍କ ଅମର ଆତ୍ମା ର ସତଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ଗୋ ସେବା ଟ୍ରଷ୍ଟ ର ଉନ୍ନତି ପାଇଁ ସାଂସଦ ଙ୍କ ମାସିକ ଦରମା ଏକ ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଥିଲେ । ବିଜେପି ଜଗଦଲପୁର ମଣ୍ଡଳ ସଂପାଦକ ଶ୍ରୀ ପଦ୍ମନ ରଣା ମଞ୍ଚ ପରିଚାଳନା କରିଥିଲେ। ବକ୍ତାମାନେ ବର୍ତ୍ତମାନ ଯୁଗରେ ରାସାୟନିକ ସାର କୁ ବାଦ୍ ଦେଇ ଜୈବିକ ସାର୍ ବ୍ୟବହାର କରିବା ଓ ଗାଈଗୋରୁ ପାଳନ କରି ଗୋ ମାତାଙ୍କ ସୁରକ୍ଷା କରିବା ପାଇଁ ନିଜ ନିଜ ବକ୍ତବ୍ୟ ଥିଲେ। ରାଧା ଗୋବିନ୍ଦ ଗୋ ଶାଳା ସଂଚାଳକ ଶ୍ରୀ ବେଣୁଧର ପଟେଲ ବର୍ତ୍ତମାନ ତିନି ଶହ ଗାଈଗୋରୁ ଙ୍କୁ ପାଳନ କରୁଛନ୍ତି।

ତା ସହିତ ଗୋବରରୁ ଧୁପ ବତୀ ତିଆରି କରୁଛନ୍ତିି। ତାସହିତ ଜିଆ ଚାଷ କରିବା ପାଇଁ ୨୪ ଟି ଫାର୍ମିଙ୍ଗ କମ୍ପୋଷ୍ଟ ତିଆରି କରିଛନ୍ତିି। ଶ୍ରୀ ପଟେଲ ନିଜେ ଜୈବିକ ପର୍ଦ୍ଧତିରେ ଚାଷ ମଧ୍ୟ କରୁଛନ୍ତି। ଗୋ ସାଳା ଉଦଘାଟନୀ ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା ଏହି ଉଦଘାଟନୀ ସମାରୋହରେ ରାମକୃଷ୍ଣ ପ୍ରଧାନ, ବିନୋଦ ବିହାରି ବାଗ, ସତ୍ୟଭୁସଣ ସାହୁ, ତ୍ରିଲୋଚନ ସାହୁ, ଅକ୍ଷୟ ପ୍ରଧାନ, ଧନେଶ୍ଵର ସାହୁ,ହରେକୃଷ୍ଣ ପଟେଲ, ପ୍ରମୁଖ ବିଜେପି ର ବରିଷ୍ଠ କାର୍ଯ୍ୟ କର୍ତ୍ତା ମାନେ ଯୋଗ ଦେଇଥିଲେ।ବେଣୁଧର ପଟେଲଙ୍କ କାର୍ଯ୍ୟକଳାପକୁ ଲୋକେ ପ୍ରଶଂସା ‌କରୁଛନ୍ତି।

error: Content is protected !!