ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ସୋନପୁର କୋଶଳ ଉଚ୍ଚ ବିଦ୍ୟାଳୟ ଠାରେ ୧୦ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୋନପୁର ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ଭଲ ମଣିଷ ହେବାକୁ ପ୍ରେରଣା ପ୍ରଦାନ କରିଥିଲେ l ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ l ମୁଖ୍ୟ ବକ୍ତା ଭାବରେ ଖୋଲାଫର୍ଦ ଖବର କାଗଜର ମୁଖ୍ୟ ପରିଚାଳକ ତଥା ଚିପ୍ ଏଡିଟର ବିମଳ କୁମାର ଭଞ୍ଜଦେଓ ସମ୍ମାନୀତ ଅତିଥି ଯୋଗଦେଇଥିବାବେଳେ ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭିମନ୍ୟୁ କୁଶଳ, ସୁବର୍ଣ୍ଣପୁର ଜିଲ୍ଲା ତଥା ସମଗ୍ର ଓଡ଼ିଶାରେ ସୁପରିଚୟ ସୃଷ୍ଟି କରିଥିବା ବିଦ୍ୟାଳୟ ସଭାପତି ଶ୍ରୀଯୁକ୍ତ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇ ଥିଲେ l

ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଚିତାକର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ଗୀତ ନାଚ ପରିବେଷଣ କରଯାଇଥିଲା l ଛାତ୍ରଛାତ୍ରୀମାନେ ସମୟାନୁବର୍ତ୍ତିତା ହେବା ସହିତ ନିଷ୍ଠାର ସହିତ ଜ୍ଞାନ ଆହରଣ ପାଇଁ କଠିନ ଶ୍ରମ ବଳରେ ନିଜ ,ନିଜ ପରିବାର ଓ ସଂପର୍କିୟ ତଥା ସାମାଜିକ ସ୍ତରରେ କିପରି ନିଜକୁ ପ୍ରତିଷ୍ଠା କରିବା ସହିତ ପରୋପକାରୀ ମଣିଷ ଭାବେ ନିଜକୁ ଗଢି ତୋଳିବେ ସେ ସଂପର୍କରେ ଛାତ୍ରଛାତ୍ରୀଙ୍କ ଭିତରେ ଅଧ୍ୟୟନ ପ୍ରତି ଅହେତୁକ ଆକର୍ଷଣ ଜନ୍ମାଇବାର ପ୍ରୟାସ କରିଥିଲେ।ପୁନଃ ଦ୍ବିତୀୟ ଅଧିବେଶନରେ ସୁବର୍ଣ୍ଣପୁର ଜିଲ୍ଲାର ଉପଜିଲ୍ଲାପାଳ ଡକ୍ଟର ସୋମ୍ୟରୁପା ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ ଶିକ୍ଷକଙ୍କ ପାଇଁ ଆଗ୍ରହୀ ଓ ଉତ୍ସୁକିତ ବାଣୀ ପ୍ରଦାନ କରି ଉଲ୍ଲଷିତ କରିଥିଲେ |

ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଳାର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମଞ୍ଜୁଳାତ ଭୋଇ ଉପସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟକୁ ସୋନପୁରର ଶ୍ରେଷ୍ଠ ବିଦ୍ୟାଳୟ କରିବାର ବାର୍ତ୍ତା ଦେଇଥିଲେ |ଏହି କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ତଥା ବିଦ୍ୟାଳୟର ଶୁଭେଚ୍ଛା ଓ ଅଗ୍ରଗତିର ପଥ ପ୍ରଦର୍ଶକମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା |କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପରମା ନାଏକ ସ୍ୱାଗତ ଅଭିଭାଷଣ, ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ବାର୍ଷିକ ବିବରଣୀ ପଠନ କରିଥିଲେ |ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ସଭିଙ୍କ ଉଦ୍ଧେଶ୍ୟରେ ଧନ୍ୟବାଦ ପ୍ରଦାନ କରିଥିଲେ |

ଶ୍ରୀଯୁକ୍ତ ପିତାମ୍ବର ମହାପାତ୍ର ବିଦ୍ୟାଳୟର ପ୍ରମୁଖ ଉପଦେଷ୍ଟା ସମସ୍ତ କାର୍ଯ୍ୟକ୍ରମର ରୂପରେଖ ପ୍ରଦାନ କରିଥିବାବେଳେ ସହ ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ସ୍ମିତାରାଣୀ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ | ବିଦ୍ୟାଳୟର ପ୍ରମୋଦ ସାହୁ, କିଷାନ ମାଝୀ, ତତ୍ତ୍ୱଦର୍ଶୀ ମେଣ୍ଡିଲି ରୋହିତ ଭୋଇନା, ଦୀପ୍ତି ପଲିଆ, ସୁଜାତା ନାଏକ, ବୁଲି ବିଶ୍ୱାଳ, କାମିନୀ ଜେନା, ଗୌରୀ ବଗର୍ତ୍ତୀ, ଦିପ୍ତିମୟୀ ରଥ, ରମିଲା ସାହୁ, ଦୁଶିଲା ପଧାନ, ମନୀଷା ସାହୁ, ଲଷ୍ମୀ ସାହୁ,ପ୍ରତିଭା ନାଏକ, ଜ୍ୟୋତିରଞ୍ଜନ ଭୋଇ, ଆନିଷ ନାରାୟଣ ପୁଟେଲ ପ୍ରଭୁତି ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମର ସଫଳ ରୁପାୟନ କରିଥିଲେ |

