Saturday, March 7, 2026
Homeଖେଳସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କପ୍: ପ୍ରୟାଗରାଜକୁ ହରାଇ ଫାଇନାଲରେ କଣ୍ଟାବାଞ୍ଜି ।

ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କପ୍: ପ୍ରୟାଗରାଜକୁ ହରାଇ ଫାଇନାଲରେ କଣ୍ଟାବାଞ୍ଜି ।

ପାଇକମାଳ-ପାଇକମାଳ ବ୍ଳକ ଛିନ୍ଦେଇକେଲା ରାଇଜିଂ ଷ୍ଟାର କ୍ରିକେଟ କ୍ଳବ୍ ତରଫରୁ ଚନ୍ଦ୍ର ଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ପ୍ରଥମ ସେମିଫାଇନାଲ ମ୍ୟାଚରେ ଉତ୍ତର ପ୍ରଦେଶର ପ୍ରୟାଗରାଜକୁ ୩ ଓ୍ବିକେଟରେ ହରାଇ କଣ୍ଟାବାଞ୍ଜି ଦଳ ଫାଇନାଲରେ ପ୍ରବେଶ କରିଛି। ମୁଖ୍ୟ ଅତିଥି ଭାବରେ ଛିନ୍ଦେଇକେଲା ଓମ୍ ଡୋରସ୍ ପ୍ରୋପାଇଟର ସୌଦାଗର ସାହୁ ଓ ଡଃ ରୁଦ୍ରମଣୀ ବେହେରା ଯୋଗଦେଇ ଦେଇ ଉଦଘାଟନ କରିଥିଲେ। ପ୍ରୟାଗରାଜ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୬.୨ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୦୧ ରନ ସଂଗ୍ରହ କରିଥିଲେ।

ଦଳ ପକ୍ଷରୁ ଅତିକ ଅହମଦ ସର୍ବାଧିକ ୨୨ ରନ କରିଥିଲେ। କଣ୍ଟାବାଞ୍ଜି ଦଳରୁ ରୁଦ୍ର ବାଗ ଓ ସୁଶାନ୍ତ ପୁଟେଲ ୩ ଓ୍ବିକେଟ ଲେଖାଏଁ ନେଇଥିବା ବେଳେ ବିଜୟ କୁମ୍ଭାର ଓ ସମିର ଖାଁ ୨ ଓ୍ବିକେଟ ଲେଖାଏଁ ନେଇଥିଲେ। କଣ୍ଟାବାଞ୍ଜି ଦଳ ୧୦୨ ରନ ବିଜୟ ଲକ୍ଷ୍ୟ ନେଇ ୧୫.୨ ଓଭରରେ ୭ ଓ୍ବିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଫାଇନାଲରେ ପ୍ରବେଶ କରିଛି। ଦଳ ପକ୍ଷରୁ ଶେଖର ସାହୁ ୪୭, ଶମ୍ଭୁ ହାତୀ ୧୩ ଓ ବିଜୟ କୁମ୍ଭାର ୧୨ ରନ ସଂଗ୍ରହ କରିଥିଲେ। ପ୍ରୟାଗରାଜ ଦଳରୁ ବିକାଶ ଚୌହାନ ୪ ଓ୍ବିକେଟ, ବିକାଶ ଶୁକ୍ଳା, ଏମଡି ଉମର,ଅତିକ ଅହମଦ ୧ ଓ୍ବିକେଟ ଲେଖାଏଁ ନେଇଥିଲେ।

ଓସିଏ ଅମ୍ପାୟର ସୁଶାନ୍ତ ପାଣିଗ୍ରାହୀ ଓ ସଞ୍ଜୟ ନାୟକ ଖେଳ ପରିଚାଳନା କରିଥିବା ବେଳେ ରମେଶ ଚନ୍ଦ୍ର ସାହୁ ମ୍ୟାଚ ରେଫରୀ ଥିଲେ। ବୁନିଲ ସାହୁ, ଆକାଶ ସାହୁ ଓ ସୁନିଲ ସାହୁ ସ୍କୋରର ଥିବା ବେଳେ ପତିତପାବନ ସାହୁ ଓ ପ୍ରହଲ୍ଲାଦ ଭୋଇ ଧାରାବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜାମସେଠ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ବିଭୁପଦ ସାହୁ ଓ ସମ୍ମାନୀତ ଅତିଥି ଭାବରେ ବରତୁଣ୍ଡା ସିଂ ଏକ୍ସପ୍ରେସ ଢ଼ାବା ପ୍ରୋପାଇଟର ବିବେକ ସିଂ ଓ ପ୍ରୋପାଇଟର ଜିତୁନ ପଟ୍ଟନାୟକ, ମାଳପଡା କ୍ଳଷ୍ଟର ସିଆରସିସି ସନ୍ତୋଷ ମେହେର ଓ

ସାମ୍ବାଦିକ ମାନସ ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ଦେଇ କଣ୍ଟାବାଞ୍ଜି ଦଳର ଅଲରାଉଣ୍ଡର ପ୍ରଦର୍ଶନ କରିଥିବା ରୁଦ୍ର ବାଗକୁ ମ୍ୟାନ ଅଫ୍ ଦି ମ୍ୟାଚ ଦେଇ ପୁରସ୍କୃତ କରିଥିଲେ। ଏହି ଅବସରରେ ଉପଦେଷ୍ଟା ପ୍ରଶାନ୍ତ ସାହୁ, ରୋହିତ ସାହୁ, ପ୍ରମୋଦ ସାହୁ, ସ୍ବତନ୍ତ୍ର ସାହୁ,ହେମସାଗର ସାହୁ, ନିରାକାର ରଣା ଜୁନିଅର ପ୍ରଶାନ୍ତ ସାହୁ, କମିଟି ସଭ୍ୟ ରାମକିଶନ ହଂସ, ଅଶ୍ଵିନୀ ସାହୁ,ପିଙ୍କୁ ସେଠ ,ଅମିତ ସାହୁ,ରବି ଭୋଇ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ଗ୍ରୁପ ବି ପର୍ଯ୍ୟାୟରେ ରାଞ୍ଚି ମେକନ ଓ ସମ୍ବଲପୁର ଫୋର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଉପଦେଷ୍ଟା ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି।

error: Content is protected !!