ଗାଇସିଲେଟ-ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡାସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ, ମୁଖ୍ୟବକ୍ତା ଭାବେ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟର ଅଧ୍ୟକ୍ଷ ଡ଼. ଜୟକେତନ ତ୍ରିପାଠୀ, ସ୍ଵତନ୍ତ୍ର ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଝରଣା ପାଣିଗ୍ରାହୀ, ଜାମୁଟପାଲି ସମିତି ସଭ୍ୟ ଶ୍ରୀଯୁକ୍ତ ସରୋଜ ଶ୍ରୀଭୂଷଣ ସାହୁ,
ସମ୍ମାନୀତ ଅତିଥି ଭାବେ ବି.ଆର.ସି.ସି. ଶ୍ରୀଯୁକ୍ତ ନେହେରୁ ଦାଶ, ଏ.ବି.ଇ.ଓ. ଜୟକୁମାର ସାହୁ, ଏ.ବି.ଇ.ଓ. ଶ୍ରୀଯୁକ୍ତ ଧବଳେଶ୍ବର ବରିହା, ନେତାଜୀ ଉଚ୍ଚ ବିଦ୍ୟାଳୟ କନ୍ଧୁମୁଣ୍ଡାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ହୋତା, ପଲ୍ଲୀ ପ୍ରଗତି ପଞ୍ଚଗାଁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ଅରକ୍ଷିତ ବାରିକ, ନୂଆପାଲି ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ମିଶ୍ର, ସମ୍ବର୍ଦ୍ଧିତ ପ୍ରତିଭା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନରହରି ନାୟକ ଓ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦିବାକର ଯୋଶୀ, ପରିଚାଳନା କମିଟି ଅଧ୍ୟକ୍ଷ ଆଶୁତୋଷ ସାହୁ ତଥା ଅବସରପ୍ରାପ୍ତ ଗୁରୁବୃନ୍ଦ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ।
ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ବିଦ୍ୟାଦାତା ଶ୍ରୀ ଗଣେଶ ଓ ବିଦ୍ୟାଦାତ୍ରୀ ମାଁ ସରସ୍ବତୀଙ୍କ ପୂଜା କରିଥିଲେ । ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷକ ପଞ୍ଚାନନ ମାଝୀ ସ୍ବାଗତ ଭାଷଣ ଦେଇଥିଲେ ।ଅତିଥିମାନଙ୍କଦ୍ବାରା ବିଦ୍ୟାଳୟର ଇ-ପତ୍ରିକା “ନବପ୍ରୟାସ”ର ବାର୍ଷିକ ଉତ୍ସବ ବିଶେଷାଙ୍କ ଓ ଶିକ୍ଷକ ପଞ୍ଚାନନ ମାଝୀଙ୍କ ରଚିତ ଐତିହାସିକ ନାଟକ “ମେୱାଡ ବୀର ମହାରଣା ପ୍ରତାପ ” ପୁସ୍ତକର ଶୁଭ ଲୋକାର୍ପଣ କରାଯାଇଥିଲା । ଶିକ୍ଷୟିତ୍ରୀ ନିବେଦିତା ପାଣିଗ୍ରାହୀ, ଶିକ୍ଷୟିତ୍ରୀ ନିହାରିକା ଯୋଶୀ, ଶିକ୍ଷୟିତ୍ରୀ ମାମି ପଧାନ,ଶିକ୍ଷକ ରଜତ କୁମାର ଚୌହାନ, ତିଲୋତ୍ତମ ବିଶି ଓ ପ୍ରଫୁଲ୍ଲ କୁମାର ସାଗର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଶେଷରେ ଶିକ୍ଷକ ମୋହନ ପଧାନ ଓ ଶିକ୍ଷୟିତ୍ରୀ ନିହାରିକା ଯୋଶୀଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟା, ଗ୍ରାମର ସମସ୍ତ ୱାର୍ଡ ମେମ୍ବର, ମାଁ ତୁଳସୀ ସ୍ଵୟଂ ସହାୟିକା ଏବଂ ଶିକ୍ଷକ ରାମକୁମାର ପଟେଲ, ଅର୍ଜୁନ ତାଣ୍ଡି , ସୁବଳ ଠାକୁର, କନିଷ୍ଠ ସହାୟକ ବୈଲୋଚନ ସେଠ୍, ସ୍ବପ୍ନାରାଣୀ ଭୋଇ ଓ ସସ୍ମିତା ଭୋଇଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା । ଆଗାମୀ ବର୍ଷରେ ପୁଣି ବର୍ଷିକୋତ୍ସଵ ପାଳନ କରାଯିବ ବୋଲି ପ୍ରଧାନ ଶିକ୍ଷକ ଘୋଷଣା କରିଥିଲେ।