ପାଇକମାଳ- ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦ୍ଦେଶ କ୍ରମେ ପାଇକମାଳ ଥାନା ଅନ୍ତର୍ଗତ ମନଭଙ୍ଗ ଡେମ ଠାରେ ପାଇକମାଳ ପୋଲିସ ପକ୍ଷରୁ ଏକ ଜନ ସଂପର୍କ ଶିବିର ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନଭଙ୍ଗ, କୁଡ଼ାରିଫସା, ପିପଲଖୁଟା, ଲଉଡମାଲ ଓ ମିଠାପାଲି ଗ୍ରାମର ଛାତ୍ର ଛାତ୍ରୀ, ବୁଢା ବୁଢ଼ୀ, ଯୁବକ ଯୁବତୀ, ଖେଳ ପ୍ରେମି ଯୁବକ, ଯୁବତୀ ମାନେ ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଆଇପିଏସ ଅମ୍ରିତପାଳ କୌର ଯୋଗ ଦେଇ ଜନସାଧାରଣଙ୍କୁ ପୋଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ , ପୋଲିସ କିଭଳି ସବୁ ସମୟରେ ଆପଣ ମାନଙ୍କ ସେବା ପାଇଁ କାର୍ଯ୍ୟ କରୁଛି ।
ଏ ନେଇ ବୁଝାଇବା ସହ ଉପସ୍ଥିତ ଥିବା ସମସ୍ତଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବରଗଡ଼ ଟାଉନ ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଳକର ଯୋଗ ଦେଇ ବିପଦ ଗାମୀ ଯୁବ ସମାଜ ହିଂସାର ପଥ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଏକ ସୁସ୍ଥ ସମାଜର ଗଠନରେ ସମସ୍ତେ ସାମିଲ ହୁଅନ୍ତୁ ବୋଲି ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାଇକମାଳ ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଏସଆଇ ପଞ୍ଚାନନ ଖୁଆସ ସମସ୍ତଙ୍କ ଖାଇବା ଦାୟିତ୍ୱରେ ରହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏସଆଇ ବିନା ତିର୍କି , ଏଏସଆଇ ବିଜୟ କନ୍ଧେର, ଏଏସଆଇ ବୃନ୍ଦାବତୀ ଭୋଇ , ହାବିଲଦାର ସୁଶାନ୍ତ ସାହୁ ,କନେଷ୍ଟବଳ ଗୟାପ୍ରସାଦ ଶବର , ଅନାଦି ସାହୁ ଓ ସଂକଳ୍ପ ସାହୁ ପ୍ରମୁଖ ଙ୍କ ସହ ଅନେକ ପୋଲିସ ଅଧିକାରୀ ଓ ସାମ୍ବାଦିକ, ସ୍ବେଛାସେବୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।