Monday, December 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବରେ ଜବନିକା: ଶେଷ ରଜନୀରେ ଦୁଲକିଲା ମଞ୍ଚ ।

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବରେ ଜବନିକା: ଶେଷ ରଜନୀରେ ଦୁଲକିଲା ମଞ୍ଚ ।

ପଦ୍ମପୁର – ପଦ୍ମପୁର ଅଶୋକ ଖେଳ ପଡିଆ ଠାରେ ଟାଉନ କ୍ଳବ, ପଦ୍ମପୁର ତରଫରୁ ଆୟୋଜିତ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଶେଷ ସନ୍ଧ୍ୟାରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସାଂସଦୀୟ ବ୍ୟାପାର ଏବଂ ବିଦ୍ୟୁତ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଧିବଦ୍ଧ ଭାବରେ ଚତୁର୍ଥ ଲୋକ ମହୋତ୍ସବରେ ଅନ୍ତିମ ସନ୍ଧ୍ୟାର ସାଂସ୍କୃତିକ ପର୍ବକୁ ଶୁଭରମ୍ଭ କରିଥିଲେ। ସ୍ୱାଭିମାନ କଳା ଓ କଳାକାରଙ୍କ ଏହି ବୋଡାସମ୍ବର ମାଟିରେ ସାଂସ୍କୃତିକ କଳାର ଯେଉଁ ଅଙ୍କୁର ପୁର୍ବ ପୂଜ୍ୟ ମାନେ ରୋପଣ କରି ଯାଇଥିଲେ ଏହି ମହା ମଞ୍ଚ ଭଳି କାର୍ଯ୍ୟକ୍ରମର ଆୟୋଜନ ସେହି ଅଙ୍କୁରରୁ ବାହାରିଥିବା ଏକ ଗଛ ରୂପରେ ଦଣ୍ଡାୟମାନ ହୋଇଛି ଯାହା ଆଗକୁ ଏକ ବିରାଟ ବଡ଼ ଦ୍ରୁମରେ ନିଶ୍ଚିତ ପରିଣତ ହୋଇ ଅଞ୍ଚଳକୁ କଳା ଓ ସଂସ୍କୃତିର ଶୀତଳ ଛାୟା ପ୍ରଦାନ କରିବ ବୋଲି ଅତିଥି ମାନେ କହିଥିଲେ।

କ୍ଳବର ସଭାପତି ପ୍ରିତେଶ କୁମାର ବହିଦାର ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପ୍ରଥମେ ସମସ୍ତ ଅତିଥି ମା ସମଲେଇ ଓ ବାବା ନୃସିଂହନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରିଥିବା ବେଳେ କଣ୍ଠଶିଳ୍ପୀ ଶାଶ୍ୱତ ତ୍ରିପାଠୀ ପ୍ରଥମେ ଏକ ଲୋକଗୀତ ରୁ ସନ୍ଧ୍ୟା ଆରମ୍ଭ କରିଥିଲେ। ଅବସର ପ୍ରାପ୍ତ ଅଧ୍ୟାପକ ତଥା ବରିଷ୍ଠ କଳାକାର କେଶରଞ୍ଜନ ପଧାନ ଏବଂ ନାଟ୍ୟକାର ଅଶୋକ କୁମାର ବହିଦାର ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରତାପ ନାଥ, ଟେନେସ ପଣ୍ଡା, ସୁରେଶ ସାହୁ ଓ ଏ.ଡି.ଭି.ସୋମେଶ ଚନ୍ଦ୍ର ମହାନ୍ତି ସହଯୋଗ କରିଥିବା ବେଳେ ସଂକୃତିକା ପୁରୋହିତ, ଟ୍ୱିଙ୍କିଲ ପଧାନ ଓ ମନିଷ ରଥ ମଞ୍ଚ ଉଦଘୋଷକ ଦାୟିତ୍ୱ ତୁଲାଇ ଥିଲେ। ତେବେ ମହୋତ୍ସବ ପର୍ବ ପୂର୍ବରୁ ମହୋତ୍ସବ କମିଟି ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ ସହ ଚିକିତ୍ସା ପାଇଁ ଲୋକେ କେବେ ଯେମିତି ହଇରାଣ ନହେବେ ଏବଂ ଜୀବନ ବିନ୍ଦୁ ସଦୃଶ୍ୟ ରକ୍ତଦାନର ମହତ୍ୱ ଯେମିତି ସମସ୍ତେ ବୁଝିବେ ସେହି ପ୍ରୟାସରେ ଏହି ଶିବିର ଆୟୋଜିତ ହୋଇଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା ।

ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ବ୍ରହ୍ମ କୁମାରୀ ଆଶ୍ରମ ପକ୍ଷରୁ ଲାଇଭ ଷ୍ଟେଚ୍ୟୁ ପ୍ରଦର୍ଶନ ମଧ୍ୟ ଦର୍ଶକ ବେଶ ପସନ୍ଦ କରୁଥିବା ବେଳେ ବାଲୁକା ଶିଳ୍ପୀ ଅଭିଷେକଙ୍କ ବାଲୁକା କଳା ଦେଖିବା ପାଇଁ ପ୍ରତିଦିନ ଲୋକଙ୍କ ଖୁବ ଭିଡ଼ ଜମୁଥିଲା। ଆଜିର ସାଂସ୍କୃତିକ ପର୍ବରେ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଶଣ ସହ ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନ ନିଜର ସିଙ୍ଗାରୀ ନୃତ୍ୟ , ରୁମକୁଝୁମନା ଦଳ ନିଜର ପଞ୍ଚରସୀ ନୃତ୍ୟ , ସଂଗୀତ ସାଧନା ଲୋଇସିଙ୍ଗା ଅନୁଷ୍ଠାନ ନାଚନିଆ , ବରଗଡ଼ ଭାରତୀ କଳାପରିଷଦ ସାଂସ୍କୃତିକ ଅନୁଷ୍ଠାନ ଲୋକ ନୃତ୍ୟ ପରିବେଶଣ କରିଥିବା ବେଳେ , ବାନ୍ଦୁପାଳୀ ଓଡିଶା ଆଦର୍ଶ ବିଦ୍ୟାଳୟର ସାଂସ୍କୃତିକ ଦଳ ନିଜର ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଆସାମ ଦଳର ବିହୁ ନୃତ୍ୟ ମଞ୍ଚରେ ଦର୍ଶକଙ୍କୁ ବେଶ ମୁଗ୍ଧ କରିଥିଲା। ତେବେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ କଳାକାର ରାଜେଶ ଗୁର୍ଲ୍ଲା,ରମେଶ ଗୁର୍ଲ୍ଲା, ଓ ସୁରେନ୍ଦ୍ର ସାହୁଙ୍କ ସହ ସଂଗୀତ ସମିତି ପଦ୍ମପୁରର ସମସ୍ତ ସଦସ୍ୟ ବାଦ୍ୟଯନ୍ତ୍ର ପରିଚାଳନା କରିଥିଲେ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳା କ୍ଷେତ୍ରରେ ନିଜର ଅବଦାନ ପାଇଁ ଶ୍ରୀମତି ପୁଷ୍ପାଞ୍ଜଳି ତାଣ୍ଡି ଓ ଶ୍ରୀ ଗୌର ମହାନନ୍ଦଙ୍କୁ ମାନପତ୍ର ଓ ଉପଢ଼ୋକନ ସହ ସମ୍ମାନିତ କରାଯାଇଥିଲା । ସେହିପରି ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ବିଭିର୍ନ ପ୍ରତିଯୋଗିତା ମାନଙ୍କରେ ବିଚାରକ ଦାୟିତ୍ୱ ତୁଲାଇଥିବା ଶ୍ରୀମତି କୁମରିକା ମହାପାତ୍ର, କରିଶ୍ମା ସାହୁ, ନନ୍ଦିନୀ ମିଶ୍ର, ସରିତା ଦୋରା, ମିତାଲି ସିଂ ଶ୍ରୀ ସୁରେନ୍ଦ୍ର ମୋହନ ଦାସ, ଗଙ୍ଗାଧର ମହାନ୍ତି, ବିଦ୍ୟାଧର ଦାସ, ଯୁଗଳ କିଶୋର ଭୋଇ, ଲାଲ ବିହାରୀ ମିଶ୍ର, ଶେଷଦେବ ମେହେର, ସନ୍ତୋଷ କୁମାର ମହାନ୍ତି, ବିକାଶ ବହିଦାର, ଶେଖ ଅନୱର, ଅଶୋକ କୁମାର ବହିଦାର, ପୁର୍ଣଚନ୍ଦ୍ର ପାଣିଗ୍ରାହୀ,ବିଦେଶୀ ସାହୁ, କିଶୋର ପାତ୍ର, ରାକେଶ ସାହୁ, ରମେଶ ଗୁର୍ଲ୍ଲା, ସୁରେନ୍ଦ୍ର ସାହୁ,ରାଜେନ୍ଦ୍ର ମହାନ୍ତି, ସଚ୍ଚିଦାନନ୍ଦ ସାହୁ, କାର୍ତ୍ତିକ ଦାସ, ପ୍ରୀତିରଞ୍ଜନ ପଧାନ ପ୍ରମୁଖ ଙ୍କୁ ମୁମେନ୍ତୋ ଦେଇ ସମ୍ମାନିତ କରାଯାଇଥିଲା। ତେବେ ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ମହୋତ୍ସବ ପର୍ବରେ ଯୋଡି ହୋଇଥିବା ପାଇଁ କ୍ଳବର ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ କୃତଜ୍ଞତା ଓ ଚଳିତ ଲୋକ ମହୋତ୍ସବ କୁ ସଫଳ କରିବା ପାଇଁ ଦିନ ରାତି ଏକ କରି ପରିଶ୍ରମ କରିଥିବା କ୍ଳବର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇ ଆସନ୍ତା ବର୍ଷ ପୁନଃ କିଛି ନୁଆଁ ପ୍ରତିଭା ନୂଆ କଳାକାର ଓ ନୂଆ ଉତ୍ସାହ ସହ ପୁନଃ ଏହି ମଞ୍ଚକୁ ଶୋଭାମଣ୍ଡିତ କରିବା ପାଇଁ ସମସ୍ତ ଙ୍କୁ ଶୁଭେଚ୍ଛା ଏବଂ ଆଶୀର୍ବାଦ ମାଗିଥିଲେ।

error: Content is protected !!