Monday, December 23, 2024
spot_imgspot_imgspot_img
Homeରାଜ୍ୟ୨୪ କୁଣ୍ଡୀୟ ଗାୟିତ୍ରୀ ମହାଯଜ୍ଞ ଉପଲକ୍ଷେ ଭୁମିପୂଜନ ଓ ଦେବ ଦମ୍ପତି ସମ୍ମିଳନୀ ।

୨୪ କୁଣ୍ଡୀୟ ଗାୟିତ୍ରୀ ମହାଯଜ୍ଞ ଉପଲକ୍ଷେ ଭୁମିପୂଜନ ଓ ଦେବ ଦମ୍ପତି ସମ୍ମିଳନୀ ।

ପାଇକମାଲ( ବିଦ୍ୟାଧର ସାହୁ)- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ବିଳାସପୁର ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ଇସ୍କିନ୍ଦା ଗ୍ରାମରେ ୨୪ କୁଣ୍ଡିୟ ଗାୟିତ୍ରୀ ମହାଯଜ୍ଞ ନିମନ୍ତେ ଭୂମି ପୂଜନ ଓ ଦେଵ ଦମ୍ପତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଝାରଵନ୍ଧ ବ୍ଲକ ଅନ୍ତର୍ଗତ ଇସ୍କିନ୍ଦା ଗ୍ରାମରେ ୨୪ କୁଣ୍ଡିୟ ଗାୟିତ୍ରୀ ମହାଯଜ୍ଞ କରିବା ନିମନ୍ତେ ଆସନ୍ତା ତା ୨୬/୧/୨୦୨୫ ରିଖ ରୁ ତା ୨୯/୧/୨୦୨୫ ରିଖ ପଯ୍ୟନ୍ତ ଇସ୍କିନ୍ଦା ଗ୍ରାମରେ ୨୪ କୁଣ୍ଡିୟ ଯଜ୍ଞ କରାଯିବ।

ଉକ୍ତ ଯଜ୍ଞ ନିମନ୍ତେ ସଂକଳନ ଶ୍ରୀ ଭାଗଵତିଆ ବରିହା, ଇଶ୍ଵର ନାୟକ, ଗୌତମ ଚାକ,ରାମ କୃଷ୍ଣ ମେହେର ଅଇତ ରାମ ବରିହା ନୁଆପଡା ଯୋନ ଆବାହକ ଶ୍ରୀ ଜୟରାମ ସଵର,ଉପ ସଂଯୋଜକ ସମେଶ ଦେବାଙ୍ଗନ ତାଙ୍କ ତତ୍ତ୍ୱାବଧାନରେ ସିନାପାଲିରୁ ଉକ୍ତ ପୂଜନରେ ଶାନ୍ତି କୁଞ୍ଜ ପ୍ରତିନିଧି ହିସାବରେ ସିନାପାଲି ର ଗାୟତ୍ରୀ ଶକ୍ତି ପୀଠ ର‌ ତରୁଣ ମେହେର ପେଟି ବାଦକ ଦୁଵେ ନାୟକ ତ୍ରିନାଥ ମେହେର,ହାରାଧନ କେଶବ ମେହେର, ସଂଗିତ ସନ୍ତୋଷ ନାୟକ,

ତଵଳା ବାଦକ ଖଗପତି ମେହେର, ଶୁକଦେବ, ଜିତେନ୍ଦ୍ର ମେହେର,ପେଟି ହରେକୃଷ୍ଣ ମେହେର, ଟୋଲି ହିସାବରେ ଭୁମି ପୂଜନ ଓ ଦେବ ଦମ୍ପତି ସମ୍ମିଳନୀ ସଂପୂର୍ଣ୍ଣ ରୂପେ ସହଯୋଗ କରିଥିଲେ। ଏଥିରେ ୭୫ ଜଣ ଦେବ ଦଂପତି ଙ୍କ ରେଜିଷ୍ଟ୍ରେସନ କରାଯାଇଥିଲା। ଆଗାମୀ ଦିନ ରେ ହେବାକୁ ଥିବା ଗାୟତ୍ରୀ ମହାଯଜ୍ଞ ରେ ମୁଣ୍ଡନ,ବିଦ୍ୟାରମ୍ଭ,ଅନ୍ନପ୍ରାଶନ୍ନ,ଗର୍ଭ ସଂସ୍କାର, ନାମକରଣ, ସଂସ୍କାର ଆଦି ନିଶୁଳ୍କ ଭାବରେ କରାଯିବ। ଏହି ଭୂମିପୂଜନ ଉତ୍ସବରେ ଇସ୍କିନ୍ଦା ଗ୍ରାମର ସମସ୍ତ ଗାୟତ୍ରୀ ପରିବାର ହରିଜନ ମାନେ ସହଯୋଗ କରିଥିଲେ।

error: Content is protected !!