Monday, December 23, 2024
spot_imgspot_imgspot_img
Homeରାଜ୍ୟଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ ।

ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ଅନ୍ତର୍ଗତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଝିଲିମିଣ୍ଡାଠାରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶିଶିର କୁମାର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ଯ ଅତିଥି ଭାବରେ ଲରମ୍ଭା ଉଚ୍ଚ ବିଦ୍ୟାଳୟର ପୂର୍ବତନ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସ୍ବନାମଧନ୍ଯ ଗଣିତ ଶିକ୍ଷକ ଶ୍ରୀଯୁକ୍ତ ଭାରତ ସରାଫ ଯୋଗ ଦେଇଥିଲେ। ଅନ୍ଯତମ ଅତିଥି ଭାବରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଧୁସୂଦନ ନାୟକ ଓ କୁଲିତା ଟୁକୁରା ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ଶ୍ରୀଯୁକ୍ତ ବିକାଶ କୁମାର ନାଏକ ମଞ୍ଚାସୀନ ଥିଲେ।

ଗଣିତ ଶିକ୍ଷକ ଶ୍ରୀଯୁକ୍ତ ଧର୍ମରାଜ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଭବ୍ଯ ସମାରୋହରେ ପ୍ରଥମେ ଅତିଥିମାନଙ୍କ ଦ୍ବାରା ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ୍ ତୈଳ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା ଏବଂ ଛାତ୍ରୀମାନଙ୍କ ଦ୍ବାରା ମନ୍ତ୍ର ଉଚ୍ଚାରଣ ଏବଂ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ମୁଖ୍ଯ ଅତିଥି ଶ୍ରୀଯୁକ୍ତ ସରାଫ ସାର୍ ଗଣିତ ବିଷୟଟି କିପରି ସଂଖ୍ଯାମାନଙ୍କର ଖେଳ ସେ ଖୁବ ସୁନ୍ଦର ଭାବରେ ବ୍ଯାଖ୍ଯା କରିଥିଲେ। ଏହି ଅବସରରେ ଗଣିତ କ୍ବିଜ୍ ଓ ଗଣିତ ରଙ୍ଗୋଲି ପ୍ରତିଯୋଗିତାରେ ଶ୍ରେଷ୍ଠତ୍ବ ପ୍ରତିପାଦିତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ଯ ଅତିଥି ପୁରସ୍କୃତ କରିଥିଲେ।

error: Content is protected !!