Monday, December 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବର ଚତୁର୍ଥ ସନ୍ଧ୍ୟା: ଆକର୍ଷଣ ସାଜିଲା ଆସାମର ବିହୁ...

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବର ଚତୁର୍ଥ ସନ୍ଧ୍ୟା: ଆକର୍ଷଣ ସାଜିଲା ଆସାମର ବିହୁ ଓ ପଶ୍ଚିମବଙ୍ଗର ଛଉ ନୃତ୍ୟ ।

ଟ୍ରାଫିକ ସଚେତନତା କ୍ଷେତ୍ରରେ ଶ୍ରୀ ପୁର୍ଣଚନ୍ଦ୍ର ପଟେଲ ସମ୍ମାନିତ।

ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ବ୍ରହ୍ମ କୁମାରୀ ଆଶ୍ରମ ପକ୍ଷରୁ ଲାଇଭ ଷ୍ଟେଚ୍ୟୁ ପ୍ରଦର୍ଶନ ।

ବିଭିନ୍ନ ସଚେତନତା ବାର୍ତ୍ତା ଦେଉଛି ବାଲୁକା ଶିଳ୍ପୀ ଅଭିଷେକଙ୍କ ବାଲୁକା କଳା ।

ପଦ୍ମପୁର-ପଦ୍ମପୁର ଅଶୋକ ଖେଳ ପଡିଆ ଠାରେ ଟାଉନ କ୍ଳବ, ପଦ୍ମପୁର ତରଫରୁ ଆୟୋଜିତ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଓ ବିଜେପୁର ବିଧାୟକ ଶ୍ରୀ ସନତ ଗଡତିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଧିବଦ୍ଧ ଭାବରେ ଚତୁର୍ଥ ଲୋକ ମହୋତ୍ସବରେ ଚତୁର୍ଥ ସନ୍ଧ୍ୟାର ସାଂସ୍କୃତିକ ପର୍ବକୁ ଶୁଭାରମ୍ଭ କରିଛନ୍ତି। ତେବେ କଳା ଓ କଳାକାରଙ୍କ ଏହି ମାଟିରେ ସାଂସ୍କୃତିକ କଳାର ମହକର ବାସ୍ନା ସୁବାସିତ କରିବା ପାଇଁ ଏହି ମହାମଞ୍ଚ ଭଳି କାର୍ଯ୍ୟକ୍ରମର ଆୟୋଜନକୁ ବହୁତ ସୁନ୍ଦର ପ୍ରୟାସ ବୋଲି ଅତିଥି ମାନେ କହିଥିବା ବେଳେ ଆଗକୁ ଏହି ମହୋତ୍ସବ ଆହୁରି ବିଶ୍ୱ ସ୍ତରୀୟ ହେଉ ବୋଲି ଶୁଭେଚ୍ଛା ଦେଇଥିଲେ।

କ୍ଳବର ସଭାପତି ପ୍ରିତେଶ କୁମାର ବହିଦାର ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମେ ସମସ୍ତ ଅତିଥି ମା ସମଲେଶ୍ଵରୀ ଓ ବାବା ନୃସିଂହନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରିଥିବା ବେଳେ କଣ୍ଠଶିଳ୍ପୀ ପ୍ରତ୍ୟୁଷ ମିଶ୍ର ପ୍ରଥମେ ଏକ ଭଜନରୁ ସନ୍ଧ୍ୟା ଆରମ୍ଭ କରିଥିଲେ। ଅବସରପ୍ରାପ୍ତ ଅଧ୍ୟାପକ ତଥା ବରିଷ୍ଠ କଳାକାର କେଶରଞ୍ଜନ ପଧାନ ଏବଂ ନାଟ୍ୟକାର ଅଶୋକ କୁମାର ବହିଦାର ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରତାପ ନାଥ,ଟେନେସ ପଣ୍ଡା ଓ ସୁରେଶ ସାହୁ ସହଯୋଗ କରିଥିବା ବେଳେ ସଂକୃତିକା ପୁରୋହିତ, ଟ୍ୱିଙ୍କିଲ ପଧାନ, ସୁରଟ ଗୁରୁ ମଞ୍ଚ ଉଦଘୋଷକ ଦାୟିତ୍ୱ ତୁଲାଇ ଥିଲେ।

ତେବେ ମହୋତ୍ସବ ପର୍ବ ପୂର୍ବରୁ ମହୋତ୍ସବ କମିଟି ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ ସହ ଚିକିତ୍ସା ପାଇଁ ଲୋକେ କେବେ ଯେମିତି ହଇରାଣ ନହେବେ ଏବଂ ଜୀବନ ବିନ୍ଦୁ ସଦୃଶ୍ୟ ରକ୍ତଦାନର ମହତ୍ୱ ଯେମିତି ସମସ୍ତେ ବୁଝିବେ ସେହି ପ୍ରୟାସରେ ଏହି ଶିବିର ଆୟୋଜିତ ହୋଇଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ବ୍ରହ୍ମ କୁମାରୀ ଆଶ୍ରମ ପକ୍ଷରୁ ଲାଇଭ ଷ୍ଟେଚ୍ୟୁ ପ୍ରଦର୍ଶନ ମଧ୍ୟ ଦର୍ଶକ ବେଶ ପସନ୍ଦ କରୁଥିବା ବେଳେ ବାଲୁକା ଶିଳ୍ପୀ ଅଭିଷେକଙ୍କ ବାଲୁକା କଳା ଦେଖିବା ପାଇଁ ପ୍ରତିଦିନ ଲୋକଙ୍କ ଖୁବ ଭିଡ଼ ଜମୁଛି।

ଆଜିର ସାଂସ୍କୃତିକ ପର୍ବରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଶଣ ସହ ଚୁମକୁ ଚୁମା ସାଂସ୍କୃତିକ ଅନୁଷ୍ଠାନ ନିଜର ପାରମ୍ପରିକ ନୃତ୍ୟ , ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସାଂସ୍କୃତିକ ଦଳ, କଟକ ନଟରାଜ ନୃତ୍ୟ ବିଦ୍ୟାଳୟ ଅନୁଷ୍ଠାନ, ମା ଅମ୍ବିକା ସାଂସ୍କୃତିକ ଅନୁଷ୍ଠାନ, ଗଜାନନ ସୁନା ଏବଂ ଦଳ, ବଲାଙ୍ଗିର ଢୋଲ ମହୁରି ସାଂସ୍କୃତିକ ଅନୁଷ୍ଠାନ ଏବଂ କୁରେଫୁଲ ଅନୁଷ୍ଠାନ ସାନସାହାଯ ବାହାଲ ନିଜର ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ ଦର୍ଶକଙ୍କୁ ବେଶ ମୁଗ୍ଧ କରିଥିବା ବେଳେ ପଶ୍ଚିମ ବଙ୍ଗର ପୁରଲିଆ ଛଉ ନୃତ୍ୟ ଓ ଆସାମ ଦଳର ବିହୁ ନୃତ୍ୟ ମଞ୍ଚରେ ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟିଥିଲା।

ତେବେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ କଳାକାର ରାଜେଶ ଗୁର୍ଲ୍ଲା, ରମେଶ ଗୁର୍ଲ୍ଲା, ଓ ସୁରେନ୍ଦ୍ର ସାହୁଙ୍କ ସହ ସଂଗୀତ ସମିତି ପଦ୍ମପୁରର ସମସ୍ତ ସଦସ୍ୟ ବାଦ୍ୟ ଯନ୍ତ୍ର ପରିଚାଳନା କରିଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାମାଜିକ ଟ୍ରାଫିକ ସଚେତନତା କ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ପାଇଁ ଶ୍ରୀ ପୁର୍ଣଚନ୍ଦ୍ର ପଟେଲଙ୍କୁ ମାନପତ୍ର ଓ ଉପଢ଼ୋକନ ସହ ସମ୍ମାନିତ କରାଯାଇଥିଲା । ସେହିପରି ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ମହୋତ୍ସବ ପର୍ବରେ ଯୋଡି ହୋଇଥିବା ପାଇଁ କ୍ଳବର ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ କୃତଜ୍ଞତା ଓ ଧନ୍ୟବାଦ ଜଣାଇ ଆସନ୍ତା ସନ୍ଧ୍ୟାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ମଧ୍ୟ ସମସ୍ତଙ୍କୁ ନିମନ୍ତ୍ରିତ କରିଥିଲେ।

error: Content is protected !!