Saturday, March 7, 2026
Homeରାଜ୍ୟଖଡିଆଳ ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ମାସିକ ବୈଠକରେ ଅନୁଷ୍ଠିତ।

ଖଡିଆଳ ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ମାସିକ ବୈଠକରେ ଅନୁଷ୍ଠିତ।

ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ଖଡିଆଳ ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସର ମଧ୍ୟେ ମାସିକ ବୈଠକ ଅନୁଷ୍ଠିତ ହୋଇ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ବିଶେଷ ରୂପେ ଅନ୍ନ ଦାତା ଙ୍କ ବିକଶିତ ଏବଂ ଉନ୍ନୟନ ମୂଳକ ଯୋଜନା ଉପରେ କାର୍ଯ୍ୟ କରି ହିତାଧିକାରୀଙ୍କୁ ସରକାରୀ ସହାୟତା ଏବଂ କୃଷି ଉପକରଣ ରିହାତି ଦରରେ ସହାୟତା ପ୍ରଦାନ ପାଇଁ ନିଷ୍ପତି ହୋଇଅଛି। ସେହିପରି ଲକ୍ଷ ଧାର୍ଯ୍ୟ କରି ସମୟ ସୀମା ରେ ସହାୟତା ପ୍ରଦାନ ସହ ମାଗଣା ରେ ବିହନ , ବିକଳ୍ପ କୃଷି ପ୍ରଣାଳୀର ପ୍ରୟୋଗ ଉପରେ ଗୁରୁତ୍ବ ଦେଇଥିଲେ।

ସେହିପରି ବିଭିନ୍ନ ବିଭାଗର ର ସମନ୍ୱୟ ରେ ଯୋଜନା କାମ କରିବାକୁ ଆହ୍ବାନ କରିଛନ୍ତି। ବୈଠକ ରେ ବ୍ଲକ୍ କୃଷି ଅଧିକାରୀ ପୁର୍ଣ୍ଣ ଚନ୍ଦ୍ର ନାଏକ, ମତ୍ସ୍ୟ ଅଧିକାରୀ ସଦାନନ୍ଦ ଭୋଇ, ପ୍ରାଣୀ ଚିକିତ୍ସା ଅଧିକାରୀ ହେମଲତା ମେହେର, ଉଦ୍ୟାନ ଅଧିକାରୀ ମୋହିତ କୁମାର ନାଏକ, ବିଟିଏମ ବିବେକ ଲିଲାହର, ଏଟିଏମ୍ ଯଜ୍ଞେଶ ଦାସ, ପ୍ରଜ୍ଞା ପ୍ରିୟଦର୍ଶିନୀ ଷଡ଼ଙ୍ଗୀ, ଏବଂ ଜ୍ଞାନ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

error: Content is protected !!