Saturday, March 7, 2026
Homeରାଜ୍ୟ"ମୋହନ ଦାସରୁ ମହାତ୍ମା" ଶୀର୍ଷକ ଆଲୋଚନାଚକ୍ର ।

“ମୋହନ ଦାସରୁ ମହାତ୍ମା” ଶୀର୍ଷକ ଆଲୋଚନାଚକ୍ର ।

ବରପାଲି-ବରପାଲି ମହାବିଦ୍ୟାଳୟ ପରିସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ମହାବିଦ୍ୟାଳୟର ଆଲୁମିନୀ ଦ୍ଵାରା ଏକ ପାଠଚକ୍ରର ଆୟୋଜନ ହୋଇଯାଇଛି । ଆଇଆଇଏମ ସମ୍ବଲପୁର ପ୍ରାଧ୍ୟାପକ ଡଃ ସୁଜିତ୍ କୁମାର ପୃଷେଠ୍ ଯୋଗଦେଇ “ମୋହନ ଦାସରୁ ମହାତ୍ମା” ଶୀର୍ଷକ ବିଷୟ ଉପରେ ସାରଗର୍ଭକ ଉପସ୍ଥାପନ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା ।

ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡଃ ରବୀନ୍ଦ୍ର କୁମାର ଗଡତିଆ ତଥା ଅଧ୍ୟାପକ ସୁବଲ୍ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉପ ସଭାପତି ଡଃ ସରୋଜ କୁମାର ଦାଶ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ କରିଥିବା ବେଳେ ଅଧ୍ୟାପକ ଉତ୍ତର କୁମାର ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ଗୁରୁଦେବ ସାହୁ ଓ ଛାତ୍ରୀ ଶୁଭଶ୍ରୀ ବାଗ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ ଅଧ୍ୟାପକ ଧୀରୋଜ କୁମାର ତ୍ରିପାଠୀ, ଗୌରଚନ୍ଦ୍ର ପଧାନ, ବୃନ୍ଦାବନ ସାହୁ, ଅଶୋକ ପଧାନ, ଅଲେଖ ମହାନନ୍ଦ, ଗଣେଶ ପ୍ରସାଦ ମିଶ୍ର, ସୁମନ୍ତ ଶତପଥୀ, ରାଜେନ୍ଦ୍ର ମେହେର, ପ୍ରହ୍ଲାଦ ଦେବତା, ଭଗବାନ ମହାନନ୍ଦ, ସୁଶିଲ କୁମାର ଶତପଥୀ, ଅଧ୍ୟାପିକା ସଂବିତା ପ୍ରଧାନ, ଦେବାଙ୍ଗିନୀ ସାହୁ, ନତାଶା ସିକନ୍ଦର, ମନୀଷା ଦାଶ ତଥା ମହାବିଦ୍ୟାଳୟର ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ ।

error: Content is protected !!