Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବ୍ଲକ ସ୍ତରୀୟ ମେଧାବୀ ଛାତ୍ରଛାତ୍ରୀଙ୍କୁ ନେଇ ଏକଦିବସୀୟ ଦିଗ୍ ଦର୍ଶନ ପାଠ୍ୟକ୍ରମ ଅନୁଷ୍ଠିତ ।

ବ୍ଲକ ସ୍ତରୀୟ ମେଧାବୀ ଛାତ୍ରଛାତ୍ରୀଙ୍କୁ ନେଇ ଏକଦିବସୀୟ ଦିଗ୍ ଦର୍ଶନ ପାଠ୍ୟକ୍ରମ ଅନୁଷ୍ଠିତ ।

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ଶ୍ରୀଗୋପଳଜୀ ଆଞ୍ଚଳିକ ନୋଡାଲ ଉଚ୍ଚବିଦ୍ୟାଳୟ ପରିସରରେ ଆଗାମୀ ହାଇସ୍କୁଲ ବାର୍ଷିକ ସlର୍ଟିପିକେଟ ପରୀକ୍ଷା ୨୦୨୫ ନିମନ୍ତେ ଦଶମ ଶ୍ରେଣୀ ରେ ପଢୁଥିବା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କର ଏକ ବ୍ଲକ ସ୍ତରୀୟ ଦିଗ୍ ଦର୍ଶନ ପାଠ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମ ର ଉଦଘଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ଶିକ୍ଷାଅଧିକାରୀ ଡ, ପ୍ରମୋଦ କୁମାର ପଣ୍ଡା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ମାନସିକ, ଶାରିରୀକ ତଥା ବୌଦ୍ଧିକ ବିକାଶ ନିମନ୍ତେ ବହୁମୂଲ୍ୟ ମାର୍ଗଦର୍ଶନ ପ୍ରଦାନ କରିଥିଲେ l

ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ଭୋଇ, ବିନିକା ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମହାକୁର, ସ୍ଥାନୀୟ ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରତୁଲ୍ୟ କୁମାର ପଣ୍ଡା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚୈତନ୍ୟ ବାଘ ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ ୪୦ ଜଣ ମେଧାବୀ ଛlତ୍ର ଛାତ୍ରୀ, ୨୦ ଜଣ ପ୍ରଧାନଶିକ୍ଷକ, ୮ ଜଣ ଅଭିଜ୍ଞଶିକ୍ଷକ ଯୋଗଦେଇଥିଲେ l ସମସ୍ତ ଅଭିଜ୍ଞଶିକ୍ଷକ ବୃନ୍ଦ ଆଗାମୀ ଦଶମ ଶ୍ରେଣୀ ପରୀକ୍ଷା ରେ ଏହି ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଏ-୧ ଗ୍ରେଡ ହାସଲ ହୋଇ ପାରିବା ନେଇ ସେ ନେଇ ବିଭିନ୍ନ କୌଶଳ ପ୍ରଦାନ କରିଥିଲେ l

ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଟ ଆଇନଜୀବୀ ସୁବାଷ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ସୋନପୁର ସାହାରା ହାଇସ୍କୁଲ ର ପ୍ରଧାନଶିକ୍ଷକ ଗତିକୃଷ୍ଣ ମିଶ୍ର ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ର ଉନ୍ନତି ନିମନ୍ତେ ବହୁମୂଲ୍ୟ ଉପଦେଶ ଦେଇଥିଲେ l ସିନ୍ଦୂରପୁର କ୍ଲଷ୍ଟର ସି ଆର ସି ସି ଅନନ୍ତ କୁମାର ପଣ୍ଡା ସଭା ପରିଚlଳନl କରିଥିବା ବେଳେ ଉଦଘlଟନୀ ଓ ଉଦଯାପନୀ ରେ ପ୍ରଧାନଶିକ୍ଷକ ଯଥାକ୍ରମେ ପ୍ରତୂଲ୍ୟ କୁମାର ପଣ୍ଡା, ଗୌରୀ ଶଙ୍କର ହୋତା ଧନ୍ୟବାଦ ଦେଇଥିଲେ l

error: Content is protected !!