Wednesday, December 18, 2024
spot_imgspot_imgspot_img
Homeଖେଳସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡ଼ା ସମାରୋହ ଉଦଯାପିତ ।

ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡ଼ା ସମାରୋହ ଉଦଯାପିତ ।

ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଏକାଦଶ ସଂକୁଳ ସ୍ତରୀୟ କ୍ରୀଡ଼ା ସମାରୋହର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତେନ୍ତୁଳିଟିକ୍ରା ତରଫରୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ତେନ୍ତୁଳିଟିକ୍ରା ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଲୋକସଭା ସଦସ୍ୟ ପ୍ରତିନିଧି ଶ୍ରୀଯୁକ୍ତ ସରୋଜ ମିଶ୍ର ଯୋଗଦେଇ ଧ୍ବଜା ଆରୋହଣ କରି ବାର୍ଷିକ କ୍ରୀଡ଼ାକୁ ଉଦଘାଟନ କରିଥିଲେ। ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର ସ୍ବାଗତ ଭାଷଣ ତଥା ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀମାନ୍ ରିଙ୍କୁ କୁମାର ଦାଶ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।

ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ସୁରେନ୍ଦ୍ର ଦେହେରୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।କାଳିଚରଣ ହୋତା ସମେତ ଶିଶୁ ମାନେ ହନୁମାନ ମନ୍ଦିରରୁ ମଶାଲ ଆଣି ଗ୍ରାମ ପରିକ୍ରମା କରି ମୁଖ୍ୟ ଅତିଥିଙ୍କର କମଳ ଦ୍ବାରା ସ୍ଥାପନ କରିଥିଲେ।କାର୍ଯ୍ୟକ୍ରମକୁ ସୁଶ୍ରୀ ଲକ୍ଷ୍ମୀ କର୍ମୀ ପରିଚାଳନା କରିଥିଲେ। ପରିଶେଷରେ ଶ୍ରୀଯୁକ୍ତ କ୍ଷମାନିଧି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ମିଳନ ସେଟ୍(ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ)ଧ୍ବଜା ଅବତରଣ ଓ ଅଗ୍ନି ନିର୍ବାପଣ କରିଥିଲେ।ସଂପାଦକ ଶ୍ରୀଯୁକ୍ତ ସୁରେନ୍ଦ୍ର ଦେହେରୀ ଅତିଥି ପରିଚୟ ଓ ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।୯ଟି ବିଦ୍ୟାଳୟରୁ ୧୯୬ ଜଣ ପ୍ରତିଭାଗୀ ଅଂଶ ଗ୍ରହଣ କରିଥିଲେ।

ଏ ସମାରୋହରେ ସଂଭାଗ ଶାରୀରିକ ପ୍ରମୁଖ ଶ୍ରୀଯୁକ୍ତ ଶିବାନନ୍ଦ ଦାଶ ,ସଂକୁଳ ଶାରୀରିକ ପ୍ରମୁଖ ଶ୍ରୀଯୁକ୍ତ ସୁବ୍ରତ କୁମାର ଶତପଥୀ ସମେତ ୧୨ ଜଣ ପରିଚାଳକ ୪୬ଟି ଖେଳ ପରିଚାଳନା କରିଥିଲେ।।ଏ କାର୍ଯ୍ୟକ୍ରମକୁ ମାତୃଭାରତୀର ୧୭ ଜଣ ସଦସ୍ୟା ସାହାଯ୍ୟ ଓ ସହଯୋଗ କରିଥିଲେ।ସଂକୁଳ ଶାରୀରିକ ପ୍ରମୁଖ ସୁବ୍ରତ ଶତପଥୀ ବୃତ୍ତ ପଠନ କରିଥିଲେ।କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ଅଧିକାରୀ ମାନେ ପୁରସ୍କାର କରିଥିଲେ। କ୍ରୀଡ଼ା ସମାରୋହକୁ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୋଜରାଜ ଦୁଆନ,ଶ୍ରୀଯୁକ୍ତ ଅଶୋକ କୁମାର ଧର,ଶ୍ରୀଯୁକ୍ତ ମକୁନ୍ଦ ମହାରଣା,ଶ୍ରୀଯୁକ୍ତ ନରେନ୍ଦ୍ର ରଣା ସମେତ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀ ,ସେବକ ସେବିକା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସଦସ୍ୟ ମାନେ ସାହାଯ୍ୟ ଓ ସହଯୋଗ କରିଥିଲେ।ପରିଶେଷରେ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!