ଶିକାରୀ କରୁଛି ଶିକାର ରୋକି ପାରୁନାହିଁ ବନ ବିଭାଗ।
ତୁରେକେଲା-ବଲାଙ୍ଗିର ଜିଲ୍ଲା ଉପାନ୍ତ ତୁରେକେଲା ବ୍ଲକ ବଡ଼ବାଙ୍କୀ ଅଞ୍ଚଳ ରେ ଦିନ ଘଞ୍ଚ ଜଙ୍ଗଲ ଥିଲା ଅନେକ ଜଙ୍ଗଲୀ ଜୀବ ଜନ୍ତୁ କୁ ଏହି ଅଞ୍ଚଳ ରେ ଦେଖିବାକୁ ମିଳୁଥିଲା ହେଳେ ଶିକାରୀ ମାନେ ଜଙ୍ଗଲୀ ଜୀବ ଜନ୍ତୁ ଶିକାର କରୁଥିବା ଯୋଗୁଁ ଧିରେ ଧିରେ ତାହା ଲୋପ ପାଉଥିବା ଥିବା ବେଳେ କାଠ ମାଫିଆ ସକ୍ରିୟ ହୋଇ ଜଙ୍ଗଲ ଶେଷ କରି ଦେଳେଣୀ।
ଗତ କିଛି ଦିନ ତଳେ ବଡ଼ବାଙ୍କୀ ପଞ୍ଚାୟତର ମୁରିବାହାଲ ଗ୍ରାମର ୪ ଜଣଙ୍କୁ ବରାହ ଶିକାର ଅଭିଯୋଗରେ ଗିରଫ କରିଛି ବଙ୍ଗୋମୁଣ୍ଡା ବନ ବିଭାଗ । ବାରହା ଶିକାର କରିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ବାରହା ଶିକାର କରିଥିବା ଅଭିଯୋଗରେ ମୁରିବାହାଲ ଗ୍ରାମର ୪ ଜଣ ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୮୦୦ ଗ୍ରାମର ବାରହା ମାଂସ ଜବତ କରାଯାଇଥିଲା।
ଦିନ କୁ ଦିନ ଏହି ଅଞ୍ଚଳ ରେ ଶିକାରୀ ମାନେ ବିଭିନ୍ନ ଜୀବ ଜନ୍ତୁ ଙ୍କ ମାଂସ କୁ ବିକ୍ରି କରୁଥିବା ଅଭିଯୋଗ ହୋଇଆସୁଛି ହେଳେ ବଙ୍ଗୋମୁଣ୍ଡା ବନ ବିଭାଗ ନିରବ ରହିଛି। ଏହି ଅଞ୍ଚଳ ରେ କାର୍ଯ୍ୟରତ ବନପାଳ ପରକ୍ଷ ଭାବେ ଜଙ୍ଗଲ ଜୀବ ଜନ୍ତୁଙ୍କ ସିକାର କରୁଥିବା ଶିକାରୀ ଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି।