Sunday, January 5, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସମାରୋହରେ ଉଦଯାପିତ ହୋଇଯାଇଛି ଜାମୁଟପାଲି ଲକ୍ଷ୍ମୀ ପୂଜା ।

ସମାରୋହରେ ଉଦଯାପିତ ହୋଇଯାଇଛି ଜାମୁଟପାଲି ଲକ୍ଷ୍ମୀ ପୂଜା ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜାମୁଟପାଲି ଗ୍ରାମରେ  ଲକ୍ଷ୍ମୀ ପୂଜା ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି। ଏହି ପୂଜା ଗତ ଡିସେମ୍ବର ୧୧ ତାରିଖରୁ  ଆରମ୍ଭ ହୋଇ ୧୩ ତାରିଖରେ ଉଦଯାପିତ ହୋଇଥିଲା, ତିନି ଦିନ ଧରି ବହୁ ଧୁମ୍ ଧାମରେ ପାଳିତ ହୋଇଥିଲା । ଏହି ତିନି ଦିନ ମଧ୍ୟରେ ମହାରାଜ ରାବଣଙ୍କ ଦରବାର କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ପରାୟଣ,ଦଣ୍ଡ ନୃତ୍ୟ ଭଳି ଅନେକ ସାଂସ୍କତିକ ଏବଂ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଭକ୍ତ ମାନଙ୍କର ମନ ମୋହିଥିଲା । ଏଥିରେ ମହାରାଜ ରାବଣ ଭୂମିକା ରେ ଗନିଆପାଲି ଗ୍ରାମର ଉପେନ୍ଦ୍ର ବିଶ୍ଵାଳ ଅଭିନୟ କରିଥିବା ବେଳେ ପୂର୍ବରୁ ସେ ଜଳନ୍ଧର,କଂସ,ହିରନ୍ୟ କସ୍ୟପୁ ଭୂମିକାରେ ଅନେକ ମଞ୍ଚରେ ଅଭିନୟ କରିଛନ୍ତି ।

ପଣ୍ଡିତ ମହେନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ଲକ୍ଷ୍ମୀ ପୂଜା ସମ୍ପନ୍ନ କରାଯାଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ମା ଲକ୍ଷ୍ମୀ ଏବଂ ପ୍ରଭୁ ନାରାୟଣ ଙ୍କ ଆଶିର୍ବାଦ କାମନା କରିଥିଲେ । ଅନ୍ତିମ ଦିନରେ ଦରବାର ରେ ଚାଲିଥିବା ସଭା କାର୍ଯ୍ୟରେ ବିଜେପୁର ବିଧାୟକ ସନତ କୁମାର ଗଡତିଆ,ପୂର୍ବତନ ମନ୍ତ୍ରୀ ରୀତା ସାହୁ,ବ୍ଳକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ,ପୂର୍ବତନ ସମିତି ସଭ୍ୟ ରବୀନ୍ଦ୍ର ଠାକୁର,ସମିତି ସଭ୍ୟ ଦେବେନ୍ଦ୍ର ଯୋଷୀ,ସାମ୍ବାଦିକ ସୁଶାନ୍ତ ପଣ୍ଡା,ସ୍ଥାନୀୟ ସରପଞ୍ଚ ସୁମିତ୍ରା ସାହୁ ପ୍ରମୁଖ ଯୋଗଦେଇଥିଲେ ।

କମିଟି ର ସଭାପତି ତରଣି ସେନ ପଧାନ, ସମ୍ପାଦକ ଅଶାଢ଼ୁ ସେଠ,କୋଷାଧ୍ୟକ୍ଷ ସତ୍ୟ ପଧାନ,ସଦସ୍ୟ ଜପେଶ୍ୱର ସାହୁ,କ୍ଷମାନିଧି ବରିହା,ମୀନକେତନ ପଧାନ,ଖଗେଶ୍ବର ନାଏକ,ଯାଦବ ପଧାନ,ଭମର ପଧାନ,ସୁରେଶ ରଣା,ସୁରେଶ ପଧାନ,ଅନ୍ତରାମ ପଧାନ,ଚିନ୍ତାମଣି ପଧାନ,ରତ୍ନାକର ରଣା,ବ୍ୟାସ ସେଠ ପ୍ରମୁଖ ସମସ୍ତ କାର୍ଯ୍ୟକୁ ତଦାରଖ କରି ଶାନ୍ତି ଶୃଙ୍ଖଳା ର ସହିତ ପରିଚାଳନା କରିଥିଲେ । ତେବେ ଶାନ୍ତି ଶୃଙ୍ଖଳା ର ସହିତ ମା ଲକ୍ଷ୍ମୀ ଙ୍କ ପୂଜା ଉଦଯାପିତ ହୋଥିବାରୁ ପୂଜା କମିଟି ଗ୍ରାମବାସୀ ଏବଂ ଅଞ୍ଚଳବାସୀଙ୍କ ସାଧୁବାଦ୍ ଜଣାଇଛନ୍ତି ।

error: Content is protected !!