Wednesday, December 18, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମହଙ୍ଗା ଯୁଗରେ ଏକ ଟଙ୍କାରେ ଶିକ୍ଷାଦାନ।

ମହଙ୍ଗା ଯୁଗରେ ଏକ ଟଙ୍କାରେ ଶିକ୍ଷାଦାନ।

ବୁଡାସମ୍ବର ଅଂଚଳ ହେଉଛି କଳା,ସାହିତ୍ୟ ଓ ସଂସ୍କୃତିରେ ପରିପୂର୍ଣ୍ଣ ମାଟି । ଏହି ପୂଣ୍ୟ ମାଟିରେ ଜନ୍ମ ଗ୍ରହଣ କରିଥିବା ଅନେକ କଳାକାର କେବଳ ଜିଲ୍ଲା କିମ୍ବା ରାଜ୍ୟରେ ନୁହେଁ ରାଜ୍ୟ ବାହାରେ ତଥା ଦେଶ ବାହାରେ ମଧ୍ୟ ଏହି ମାଟିର ନାଁ କୁ ଗୌରବାନ୍ୱିତ କରିଛନ୍ତି । ସେହି କଳାକାର ମାନଙ୍କୁ ଶିକ୍ଷାଦାନ ଦେଇଥିବା ଗୁରୁ ମଧ୍ୟ ଚିର ନମସ୍ୟ । ବର୍ତ୍ତମାନର ଡିଜିଟାଲ ସମୟରେ ଲୋପ ପାଇ ଯାଉଥିବା ଲୋକ କଳା , ଲୋକ ସଂସ୍କୃତି, ଲୋକ ବାଦ୍ୟଙ୍କୁ ବଂଚାଇ ରଖିବା ପାଇଁ ଅନେକ ଗୁରୁ ବହୁ ସଂଘର୍ଷ କରିଛନ୍ତି । ଆଜିର ମହଙ୍ଗା ଯୁଗରେ ଶିକ୍ଷା ଓ ସ୍ୱାସ୍ଥକୁ ବ୍ୟବସାୟ ଭାବରେ ନେଇ ଅନେକ ବ୍ୟକ୍ତି ଅର୍ଥ ଉପାର୍ଜନର ମାଧ୍ୟମ କରିଛନ୍ତି । ହେଲେ ଅର୍ଥ ଲୋଭରେ ନ ପଡି ବୋଡାସମ୍ବର ମାଟିର କଳା ଓ ସଂସ୍କୃତିକୁ ବଂଚାଇ ରଖିବା ପାଇଁ ବିନା ମୂଲ୍ୟରେ କହିଲେ ଅତ୍ୟୁକ୍ତି ହେବା ନାହିଁ ସେଭଲି କେବଲ ଗୋଟିଏ ଟଙ୍କା ମୂଲ୍ୟରେ ଶିକ୍ଷାଦାନ କରୁଛନ୍ତି ଗୁରୁଶ୍ରୀ ସୁରେନ୍ଦ୍ର କୁମାର ସାହୁ । ଏଭଲି ଜଣେ ଗୁରୁଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଅଧିକ ଆଲୋଚନା କରିଥିଲେ ଆମ ପ୍ରତିନିଧି ଜୟନ୍ତ କୁମାର ମଝୀ ।


ଆପଣଙ୍କ ପରିଚୟ ?
ମୋର ନାମ ସୁରେନ୍ଦ୍ର ସାହୁ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ତବଡା ଗାଁରେ ୧୯୬୭ ମସିହାରେ ସ୍ୱର୍ଗତ କାର୍ତ୍ତିକ ସାହୁ ଓ ସ୍ୱର୍ଗତ ସୁମିତ୍ରା ସାହୁଙ୍କ କନିଷ୍ଠ ପୁତ୍ର ।
ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ?
ମୁ ପ୍ରାଥମିକ ଶିକ୍ଷା ଘେଁଷ ଠାରେ ସମ୍ପାଦନ କରିଥିବା ବେଲେ ହାଇସ୍କୁଲ ଶିକ୍ଷା ନିଜ ଗାଁ ତବଦା ଉଚ୍ଚ ବିଦ୍ୟାଳୟରେ ସମ୍ପାଦନ କରିଥିଲି । ପରେ ପଦ୍ମପୁର ଅଂଚଳ ମହାବିଦ୍ୟାଲୟରେ ଯୁକ୍ତ ଦୁଇ ବିଜ୍ଞାନରେ ଉଚ୍ଚ ଶିକ୍ଷା ସଂପାଦନ କରିଅଛି ।
ଆପଣଙ୍କ ପରିବାରରେ ଆଉ କିଏ କିଏ ଅଛନ୍ତି ?
ମୋର ପରିବାର କହିଲେ ମୋ ସ୍ତ୍ରୀ ମଂଜୁଲା ବିଶ୍ୱାଲ, ମୋର ଏକ ମାତ୍ର ପୁଅ ଓ ଦୁଇ ଝିଅ ।
ଆପଣଙ୍କ ନିଶା ଓ ପେଶା କଣ ?
ଲୋକ କଳା ଓ ଲୋକ ସଂସ୍କୃତି ଗବେଷଣା କରିବା ହେଉଛି ମୋର ନିଶା । ସଂଗୀତ ହେଉଛି ମୋର ପେଶା ।


ଆପଣ ଏହି କଳା,ସଂସ୍କୃତି ଦିଗରେ କେବେ ଠାରୁ ଜଡିତ ରହିଛନ୍ତି ?
ମୋର ଜନ୍ମ ମାଟି ହେଉଛି କଳା ସଂସ୍କୃତିରେ ପରିପୂର୍ଣ୍ଣ ଗାଁ । ନାଟକ,ଦଣ୍ଡ,କରମସାନୀ,ଖଞ୍ଜଣୀ,କୃଷ୍ଣଗୁରୁ,ଭାଗବତ,ସଂଚାରରେ ଏକ Multi Talented Village କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ପିଲା ଦିନରୁ କଳା ପ୍ରତି ଆକୃଷ୍ଟ ହେବା ସ୍ୱାବାଭିକ । ମୋର ବାପା ଜଣେ ନାଟକ କଲାକାର, ଗୋଟିଏ ଦାଦା ଦଣ୍ଡ କଳାକାର ଏବଂ ଅନ୍ୟ ଜଣେ ଦାଦା ଓଡିଶୀ,ଛାନ୍ଦ ଓ ବ୍ୟାକରଣୀୟ କଳାକାର ଅଟନ୍ତି । ମୋର କାକା ଓ ଅଜା ନାଟକ ପାର୍ଟିର ନିଦେ୍ର୍ଦଶକ ଥିଲେ ତେଣୁ ମୁଁ ୧୫ ବର୍ଷ ବୟସରୁ ତାଙ୍କ ସହିତ ଯିବା ସମୟରେ ହାରମୋନିୟନ ବଜାଇବାକୁ ଇଚ୍ଛା ହେଲା ଓ ମୁଁ ସେହି ଦିନ ଠାରୁ ଧିରେ ଧିରେ ଗୋଟିଏ ଗୋଟିଏ ପାଦ କଳା ସଂସ୍କୃତି କ୍ଷେତ୍ରରେ ଆଗକୁ ବଢି ଚାଲିଲି । ମୋର ବିବାହ ପରେ ମୋର କଳା ସଂସ୍କୃତି କ୍ଷେତ୍ରରେ ଅଗ୍ରସର ହେବା ପାଇଁ ମୋର ସ୍ତ୍ରୀଙ୍କ ଠାରୁ ଅଧିକ ପ୍ରେରଣା ମିଲିଲା । ମୋ ସ୍ତ୍ରୀ ଶ୍ରୀମତୀ ମଂଜୁଲା ବିଶ୍ୱାଲ ଯେହେତୁ ସରକାରୀ ଚାକିରୀ କରୁଛନ୍ତି ତେବେ ମୋତେ ଏହି କ୍ଷେତ୍ରରେ ଆର୍ଥି ସହେଯାଗ ମଧ୍ୟ ତାଙ୍କ ପରଫରୁ ମିଲିଥିଲା ।

ଆପଣ କଳା ସଂସ୍କୃତିରେ ଗବେଷଣାକୁ ନିଶା ଭାବରେ ବ୍ୟବହାର କରି ଆଜି ଯାଏ କଣ ସବୁ ଗବେଷଣା କରିଛନ୍ତି ?
ଜନ୍ମ ଭୂମି ତବଡା ହୋଇଥିଲେ ମଧ୍ୟ କର୍ମ ଭୂମି ପଦ୍ମପୁରରେ ମୁଁ ବିଭିନ୍ନ ନାଟକ ପାର୍ଟି ଓ ଦଣ୍ଡ ପାର୍ଟିରେ ହାରମୋନିୟମ ବଜାଇଛି । ପଦ୍ମପୁର ରାଜା ଘରେ ଗୁରୁ ସ୍ୱର୍ଗତ ବଲିଆର ସିଂ , ଯୁଗଲ କିିଶୋର ମହାନ୍ତି,ଫକିର ଆଜ୍ଞା,ମୁରଳୀ ପୁରୋହିତ ଆଜ୍ଞା,ଗୁରୁ ଗୌରହରି ପଟ୍ଟନାୟକଙ୍କ ଠାରୁ ଓଡିଶୀ,ଛାନ୍ଦ,ଚମ୍ପୁ,ସବୁ ବ୍ୟାକରଣ ଭିତ୍ତି ଓଡିଶାର ଗୀତ ଶିଖିଛି । ପରେ ଜୟପୁୁରୁ ବଦଳି ହୋଇ ଆସିଥିବା ଗୁରୁ ଦାମୋଦର ପଣ୍ଡାଙ୍କ ଠାରୁ ଶାସ୍ତ୍ରୀୟ ସଂଗୀତ ଶିକ୍ଷା ଗ୍ରହଣ କଲି । ଚଣ୍ଡିଗଡ ୟୁନିଭର୍ସିଟିରେ ମୁଁ ଶାସ୍ତ୍ରୀୟ ଗୀତ ଓ ସଂଗୀତରେ ବିଶାରଦ କଲି । ପରେ ଆକାଶବାଣୀ ସମ୍ବଲପୁରରେ ଗୀତ ଗାଇ ସୁଗମ ସଂଗୀତରେ ପାସ କଲି । ୧୯୯୨ ମସିହାରେ ଗୁରୁ ଶ୍ରୀ କେଶରଂଜନ ପ୍ରଧାନଙ୍କ ମିଶି ଅନେକ ନାଟକରେ ସଂଗୀତ ଓ ନୃତ୍ୟ ନିଦେ୍ର୍ଦଶନା ଦେବା ସହ ଗୁରୁ ଶ୍ରୀ ଅଶୋକ ବହିଦାର ,ଗୁରୁ ଶ୍ରୀ ରାଜେନ୍ଦ୍ର ମହାନ୍ତି , ଗୁରୁ ଶ୍ରୀ ସନ୍ତୋଷ ମହାନ୍ତି, ଗୁରୁ ଶ୍ରୀ ଅର୍ଜୁନ ମହାନ୍ତି,ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ସହ ମିଶି ଅନେକ ନାଟକରେ ସଂଗୀତ ଓ ନୃତ୍ୟ ନିଦେ୍ର୍ଦଶନା ଭାର ସମ୍ଭାଲିଛି । ଲୋକ ସଂସ୍କୃତି ଉପରେ ଗବେଷଣା କରିବା ପାଇଁ ଜର୍ମାନୀରୁ ଆସିଥିବା ଲିଡିଆ ଗୁଜିଙ୍କ ସହ ପ୍ରଥମେ ରିସାର୍ଚ ଗାଇଡ ଭାବରେ ଚାରି ବର୍ଷ କାମ କଲା ପରେ ରିସାର୍ଚ ଆସିଷ୍ଠାଣ୍ଟ ଭାବରେ ଏବଂ ଏବେ ରିସାର୍ଚ ପାର୍ଟନର ଭାବରେ ଗବେଷଣା କରୁଛି । ୨୦୦୨ ମସିହାରୁ ଆରମ୍ଭ ହୋଇଥିବା ଆମର ଗବେଷଣା ଏବେ ମଧ୍ୟ ଜାରି ରହିଛି । ଇତି ମଧ୍ୟରେ ମୁଁ ୨୦୧୫-୨୦୧୬ ମସିହାରେ ଭାରତ ସରକାରଙ୍କ ଠାରୁ ସିନିଅର ଫେଲୋସଫି ସମ୍ମାନରେ ସମ୍ମାନିତ ହୋଇଅଛି ।


ଆପଣ ଗୋଟିଏ ଟଙ୍କାରେ ସଂଗୀତ ଶିକ୍ଷାଦାନ କରୁଥିବା ଖବର କେତେ ସତ୍ୟାସତ୍ୟ ଓ ଆଜିର ମହଙ୍ଗା ଯୁଗରେ ଏଭଲି ପଦକ୍ଷେପ ନେଲେ କାହିଁକି?
ହଁ ଏକ ଟଙ୍କା ବିନିମୟରେ ପିଲାଙ୍କୁ ସଂଗୀତ ଶିକ୍ଷା ଦେବା ଖବର ସମ୍ପୂର୍ଣ୍ଣ ଭାବରେ ସତ୍ୟ ଅଟେ । ମୁଁ ଗବେଷଣା କଳା ସମୟରେ ବୋଡାସମ୍ବର ଅଂଚଳର ପ୍ରାୟ ୪୭୬ ଖଣ୍ଡ ଗାଁ ବୁଲିଛି । ସଂଗୀତ ଶିକ୍ଷା ପାଇଁ ଫିଜ ବାବଦରେ ଅନେକ ପିଲା ମୋତେ ପଚାରିଥିଲେ । ବୋଡାସମ୍ବର ଅଂଚଳ ଏକ ମରୁଡି ପ୍ରପିଡିତ ଅଂଚଳ । ହେଲେ ଏଠାକାର ପିଲା ମାନଙ୍କ ମଧ୍ୟରେ କଳା ସଂସ୍କୃତି ପ୍ରତି ଋଚି ରହିଛି ହେଲେ ଅଭାବ ଅନଟନ ପାଇଁ ପ୍ରତିଭାବନ ପିଲା ମାନେ ସଂଗୀତ ଶିକ୍ଷା ପାଇ ପାରୁ ନଥିଲେ । ତେବେ ସେମାନଙ୍କ ପ୍ରଶ୍ନରୁ ମୁଁ ଭାବିଲି ଏଭଲି ପ୍ରତିଭାବନ ପିଲା ମାନଙ୍କୁ ସଂଗୀତ ବିନା ମୂଲ୍ୟରେ ଶିକ୍ଷା ଦିଆ ଗଲେ ଅଂଚଳର କଳା ,ସାହିତ୍ୟ ଓ ସଂସ୍କୃତି ଆଗକୁ ବଂଚି ରହିବ । ହେଲେ ସେମାନଙ୍କୁ ବିନା ମୂଳ୍ୟରେ କହିଲେ ତାଙ୍କ ସମ୍ମାନ ପ୍ରତି ଖରାପ ଲାଗିପାରେ , ସେଥିପାଇଁ ଏକ ଟଙ୍କା ବିନିମୟରେ ସଂଗୀତ ଶିକ୍ଷା ଦେବା ପାଇଁ ମୋ ସ୍ତ୍ରୀ ସହ କଥା ହେଲି ଓ ସେ ମଧ୍ୟ ଏହି ପ୍ରୟାସକୁ ପ୍ରଶଂସା କରିବା ସହ ସାମିଲ ହେବା ପାଇଁ କହିଲେ । ଗତ ୨୦୨୩ ମସିହା ଅଗଷ୍ଟ ୧୫ ତାରିଖ ଦିନ ତତକାଲିନ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସଦାକର କୁମ୍ଭାର ଏକି ଏକ ଟଙ୍କିଆ ସଂଗୀତ ଶିକ୍ଷାକେନ୍ଦ୍ରକୁ ଉଦଘାଟନ କରିଥିଲେ । ଗାଁ ଗହଳିର ପ୍ରତିଭାବ ପିଲାଙ୍କ ପ୍ରତିଭାକୁ ସାମନାକୁ ଆଣିବା ଏହି ଏକ ଟଙ୍କିଆ ସଂଗୀତ ଶିକ୍ଷାକେନ୍ଦ୍ରର ମୂଲ ଲକ୍ଷ ।
ଆପଣଙ୍କୁ ଏହି କାମରେ ପରିବାରର କିଏ କିଏ ସହେଯାଗ କରିଥାନ୍ତି ?
ସଂଗୀତ ଶିକ୍ଷାରେ ମୋର ପିବାରର ସମସ୍ତ ସଦସ୍ୟଙ୍କ ସମର୍ଥନ ଶତ ପ୍ରତିଶତ ରହିଛି । ଆଜିର ମହଙ୍ଗା ଯୁଗରେ ପରିବାର ପ୍ରତିପୋଷଣ କରିବା କଷ୍ଠକର , ହେଲେ ମୋ ସ୍ତ୍ରୀ ସରକାରୀ ଚାକିରି କ୍ଷେତ୍ରରେ ରହିଛନ୍ତି ତାଙ୍କର ସହଯୋଗ ମୋ ପାଇଁ ଅତୁଲନୀୟ । ବିଶେଷ ଭାବରେ ମୋ ସ୍ତ୍ରୀଙ୍କ ଉତ୍ସାହ,ପ୍ରେରଣା ମୋ ଅଗ୍ରଗତିର ପକ୍କା ରାସ୍ତା ସାଜିଛି ।


ଆପଣଙ୍କ ଶିକ୍ଷାନୁଷ୍ଠାନରେ କେତେ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ?
ଆମ ସଂଗୀତ ଶିକ୍ଷା କେନ୍ଦ୍ରରେ ବହୁ ଦୁର ଦୁରାନ୍ତରୁ ଆସି ବର୍ତ୍ତମାନ ୪୦ ରୁ ୪୫ ଜଣ ଶିକ୍ଷା ଗ୍ରହଣ କରୁଛନ୍ତି ।
ଆପଣଙ୍କ ଅନୁଷ୍ଠାନ ପ୍ରତି ସରକାରୀ କିମ୍ବା ବେସରକାରୀ ଦୀଗରୁ ଆର୍ଥିକ ସହାୟତା ମିଲିପାରୁଛି କି ?
ଆମର ଏହି ଅନୁଷ୍ଠାନ ଖୋଲିବା କେବଳ ଗୋଟିଏ ବର୍ଷ ହୋଇଛି । ଆମ ଅନୁଷ୍ଠାନ ପ୍ରତି ଏ ପର୍ଯ୍ୟନ୍ତ କୌଣସି ସରକାରୀ କିମ୍ବା ବେସରକାରୀ ସହାୟତା ମିଲି ନାହିଁ । ମୁଁ ପିଲାଙ୍କୁ ମୋ ଘରେ ଶିକ୍ଷାଦାନ କରିଥାଏ । ଜାଗାର ଅଭାବ ଥିବାରୁ ମୁଁ ପିଲାଙ୍କୁ ଭାଗ ଭାଗ କରି ଦୁଇ ତିନି ଗୋଟି ଫେଜରେ ଶିଖାଉଛି । ପିଲା ମାନେ ଅନ୍ୟ ଗାଁ ରୁ ଆସୁଥିବା କାରଣରୁ ପିଲାମାନଙ୍କୁ ଯିବା ଆସିବା ପାଇଁ ବସରେ ପାସର ବ୍ୟବସ୍ଥା ହେଲେ ଭଲ ହୁଅନ୍ତା କାହିଁକି ନାଁ ପଇସା ଅଭାବ କାରଣରୁ ନିୟମିତ କ୍ଲାସ ଆସୁ ନାହାଁନ୍ତି । ମୁଁ ସରକାରଙ୍କୁ ମୋର ଏତିକି ଅନୁରୋଧ ଯେ ସଂଗୀତ ଶିକ୍ଷା କ୍ଷେତ୍ରରେ ସରକାରୀ ସହାୟତା ପ୍ରଦାନ କରାଗଲେ ଏହି ଶିକ୍ଷା ଅନୁଷ୍ଠାନରୁ ବହୁ ଛାତ୍ରଛାତ୍ରୀ ଉପକୃତ ହୋଇ ପାରିବେ ।


ଅନେକ ସମୟରେ କଳାକାର ମାନଙ୍କୁ ନିଦେ୍ର୍ଦଶନା ଦେବା ଭିତରେ ଆପଣଙ୍କୁ କେବେ ରଙ୍ଗ ଲଗାଇଛନ୍ତି କି ?
ମୁଁ ସଂଗୀତ ଓ ନୃତ୍ୟ ନିଦେ୍ର୍ଦଶନା ଦେବା ମଧ୍ୟରେ କେବେ ରଙ୍ଗ ଲଗାଇବାର ସୁଯୋଗ ପାଇ ନାହିଁ । ସମୟ ଅଭାବ କାରନରୁ ମୁଁ କେବେ ଏ ବିଷୟରେ ଚିନ୍ତା କରି ନାହିଁ । ଲୋକ ନୃତ୍ୟ ସମୟରେ କୌଣସି କାରଣରୁ କଳାକାର ନ ଆସିଲେ ମୁଁ ସେଠାରେ ରଙ୍ଗ ଲଗେଇ ଢୋଲ, ନିଶାନ,ତାସା ବଜାଇ ନିଜର କଳା ପ୍ରଦର୍ଶନ କରିଅଛି ।
ନାଟକରେ ଅନେକ ଚରିତ୍ର ମଧ୍ୟରୁ ଆପଣଙ୍କ ପ୍ରିୟ ଚରିତ୍ରଟି କଣ ?
ନାଟକର ଅନେକ ଚରିତ୍ର ମଧ୍ୟରେ ଏକ ଭଲ ସ୍ୱାମୀ, ଜଣେ ଭଲ ବାପା , ଭଲ ଗୁରୁ ମୋର ପ୍ରିୟ ଚରିତ୍ର ।


ସାମ୍ପ୍ରତିକ ପରିସ୍ତିତିରେ ଆମ ଗହଣରୁ ଆର ପାରିକୁ ଚାଲି ଯାଇଥିବା ବୋଡାସମ୍ବର ଅଂଚଳର ଆଗ ଧାଡିର ସେହି କଳାକାର ପଦ୍ମନାଭ ପଟ୍ଟନାୟକ, ଗୌରହରି ସାହୁ, ବିନୁ ଦୋରାଙ୍କ ବିଷୟରେ ଆମ ପାଠକ ମାନଙ୍କ ପାଇଁ କିଛି କହିବେ କି ?
ମୋର ଦୁର୍ଭାଗ୍ୟ କି ମୁଁ ସ୍ୱର୍ଗତ ପୁଜ୍ୟ ପଦ୍ମନାଭ ପଟ୍ଟନାୟକଙ୍କ ଠାରୁ ଶିକ୍ଷା ପାଇବାର ସୁଯୋଗ ପାଇ ନାହିଁ । କାହିକିଁ ନା ମୁଁ ପଦ୍ମପୁର ଆସିବା ପୂର୍ବରୁ ତାଙ୍କ ଦେହାନ୍ତ ହୋଇ ଯାଇଥିଲା । ତାଙ୍କ କଳା ବିଷୟରେ ଅନେକଙ୍କ ମୁହଁରୁ ଶୁଣିଛି ।
ମୁଁ ଅନ୍ନପୂର୍ଣ୍ଣ ଥିଏଟରରେ ଅଭିନୟ ସହ ଗୀତ ଗାଉଥିଲି ଏବଂ ସେଠାରେ ଗୌରହରୀ ଆଜ୍ଞାଙ୍କ ଠାରୁ ମୁଁ ଓଡିଶୀ,ଛାନ୍ଦ,ଚମ୍ପୁ ତଥା ଅନେକ ଗୀତ ଶିଖିଛି । ସେ ଜଣେ ସମର୍ପିତ କଳାକାର ଥିଲେ ।ପୂଜ୍ୟ ସ୍ୱର୍ଗତ ବିନୁ ଦୋରା ଦାଦାଙ୍କ ସହ ମୁଁ କାମ କରିଛି । ସେ ଜଣେ ଭଲ ବ୍ୟଙ୍ଗ କଳାକାର ଥିଲେ । ତାଙ୍କ ବ୍ୟବହାର, ଚରିତ୍ର ନାଟକରେ ଅପୂରଣୀୟ । ସେ ସଦାବେଲେ ଆଖଡା ସାଲରେ ଆଗରେ ରହି କଳାକାର ମାନଙ୍କୁ ଅନେକ ଶିକ୍ଷା ଦେଇଛନ୍ତି ।
ଶେଷରେ ଜାଗ୍ରତ ପ୍ରହରୀର ପାଠକ ମାନଙ୍କୁ ଆପଣଙ୍କର ବାର୍ତା ଏବଂ ଏହାର ଆବଶ୍ୟକତା ବିଷୟରେ କିଛି କହିବେ କି ?
ଆଜିର ଯୁବ ପିଢି ଶ୍ରଦେ୍ଧୟ କଳାକାର ମାନଙ୍କୁ ମୁଁ ଏତିକି ଅନୁରୋଧ କରିବି ସମୟକୁ ସମ୍ମାନ, ପ୍ରକୃତିର ଚଳନିକୁ ସମ୍ମାନ ଆଦି ଭାବନାକୁ ନେଇ ଆମର ପରବର୍ତ୍ତି ପିଢିର ଉତ୍ତୋରତ୍ର ଉନ୍ନତି ହେବ ନ ହେଲେ ଆମେ ନିଜେ ନିଜ ଆଖିର ଭାବନାରେ ଅନୁତପ୍ତ ହେବା ।
ଜୟ ମାଁ ସମଲେ……

error: Content is protected !!