Wednesday, December 18, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ଠାରେ ପଞ୍ଚଦିବସୀୟ ସଂକଳ୍ପ ତାଲିମ ଶିବିରର ଦ୍ବିତୀୟ ପର୍ଯ୍ୟାୟ ଉଦଯାପିତ ।

ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ଠାରେ ପଞ୍ଚଦିବସୀୟ ସଂକଳ୍ପ ତାଲିମ ଶିବିରର ଦ୍ବିତୀୟ ପର୍ଯ୍ୟାୟ ଉଦଯାପିତ ।

ପଦ୍ମପୁର-ବରଗଡ ଜିଲ୍ଲାଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ମାଧ୍ୟମିକ ଶିକ୍ଷା ପରିଷଦର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଞ୍ଚଦିବସୀୟ ସଂକଳ୍ପ ତାଲିମ ଶିବିରର ଦ୍ବିତୀୟ ପର୍ଯ୍ୟାୟ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଭିଳାଷ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭା ରେ ମୁଖ୍ୟ ଅତିଥି ଭାବେ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ ଶୁଭମ୍ ପତି, ସ୍ଵତନ୍ତ୍ର ଅତିଥି ଭାବରେ ରାଜବୋଡ଼ାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ୍ ଲୋକନାଥ ଭୋଇ,

ସମ୍ମାନିତ ଅତିଥି ଭାବରେ ବାଳିକା ଉଚ୍ଚ ବିଦ୍ୟାଳୟ ର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଏବଂ ସାଧନକର୍ମୀ ଭାବେ ଶ୍ରୀ ରାଜେଶ କୁମାର ଖମାରୀ,ଶ୍ରୀ ଟିକେଶ୍ଵର ପଟେଲ,ଶ୍ରୀ ଚିତ୍ତରଞ୍ଜନ ସାହୁ, ଶ୍ରୀଯୁକ୍ତ ମାନସ ଶତପଥୀ ଏବଂ ଶ୍ରୀମାନ୍ ଅରିନ୍ଦମ ମହାନ୍ତି ମଞ୍ଚାସୀନ ଥିଲେ। ଏହି ପଞ୍ଚଦିବସୀୟ ତାଲିମ ଶିବିରରେ ପ୍ରଶିକ୍ଷାର୍ଥୀ ମାନଙ୍କର ଶିକ୍ଷଣ କୌଶଳ ,

ବ୍ୟାବହାରିକ କୌଶଳ ତଥା ଶିକ୍ଷାନୁଷ୍ଠାନର ନୀତିନିୟମ ସମ୍ବନ୍ଧୀୟ ଜ୍ଞାନର ଅଭିବୃଦ୍ଧି ସମେତ ଦକ୍ଷତା ବିକାଶ ନିମନ୍ତେ ତାଲିମ ଦିଆଯାଇଥିଲା।ପ୍ରଶିକ୍ଷଣର ସଠିକ୍ ପରିଚାଳନାରେ ସମସ୍ତେ ଖୁସିବ୍ୟକ୍ତ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ସଭାକୁ ସାଫଲ୍ୟମଣ୍ଡିତ କରିବା ନିମନ୍ତେ ସହଯୋଗ କରିଥିଲେ । ପରିଶେଷରେ ସୁଶ୍ରୀ ପ୍ରଭାସିନି ସା ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!