Saturday, March 7, 2026
Homeରାଜ୍ୟସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ସଂକଳ୍ପ ପ୍ରଶିକ୍ଷଣ ଶିବିର ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ସଂକଳ୍ପ ପ୍ରଶିକ୍ଷଣ ଶିବିର ।

ପଦ୍ମପୁର-ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଉଚ୍ଚ ବିଦ୍ୟାଳୟ ନବ ନିଯୁକ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପାଇଁ ଉପଖଣ୍ଡ ସ୍ତରୀୟ ସଂକଳ୍ପ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଦଘାଟନୀ ସଭାରେ ପାଇକମାଳ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଚୂଡ଼ାମଣୀ ବାରିକ ମୁଖ୍ୟ ଅତିଥି ତଥା ରାଜବୋରାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ସମ୍ମାନିତ ଅତିଥିଭାବେ ଯୋଗଦେଇ

ଶିକ୍ଷା ବିଭାଗର ଦାୟିତ୍ୱ ଓ ତାକୁ କିଭଳି ଭାବରେ ଭଲ ଭାବରେ ନିର୍ବାହ କରିବେ ନବ ନିଯୁକ୍ତି ଶିକ୍ଷକ ମାନଙ୍କୁ ଅବଗତ କରାଇ ଥିଲେ । ଏହି ଶିବିରରେ ବ୍ଲକର ୫୮ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି । ଏହି ଶିବିରକୁ ସାଧନ କର୍ମୀ ରାଜେଶ ଖମାରି, ଟିକେଶ୍ୱର ସାହୁ, ମାନସ ରଞ୍ଜନ ଶତପଥି, ଚିତ୍ତ ରଞ୍ଜନ ସାହୁ , ଅରିନ୍ଦମ ମହାନ୍ତି ପରିଚାଳନା କରିବେ। ଏହି ଶିବିର ପାଞ୍ଚ ଦିନ ଧରି ଚାଲିବ।

error: Content is protected !!