Saturday, March 7, 2026
Homeରାଜ୍ୟଟାଟା ପାୱାର ପକ୍ଷରୁ ଖୁଲଜା ସିମସିମ ଅଭିଯାନ ।

ଟାଟା ପାୱାର ପକ୍ଷରୁ ଖୁଲଜା ସିମସିମ ଅଭିଯାନ ।

ବରପାଲି-ବରପାଲି ଗ୍ରିତ୍ ସବଷ୍ଚେସନ ଉପଖଣ୍ତଯନ୍ର୍ତୀ କାର୍ଯ୍ଯଳୟ ପରିସରରେ ଟାଟା ପାୱାର ୱେଷ୍ଟନ ଓଡ଼ିଶା ଦିଷ୍ଟିବ୍ୟୁସନ୍ ଲିମିଟେଡ(ଡିସ୍କମ୍)ପକ୍ଷରୁ ଏକ ଗ୍ରାହକ ପ୍ରୋତ୍ସାହନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ପ୍ରତି ଜିଲ୍ଲା,ବ୍ଲକ୍ ଓ ସହରାଞ୍ଚଳର ବିଦ୍ୟୁତ୍ ଉପଭୋକ୍ତା ମାନଙ୍କ ଉତ୍ସାହ ପ୍ରଦାନ ଦିଗରେ ବକେୟା ବିଲ୍ ପ୍ରାପ୍ତି ନିମନ୍ତେ ଏହି ଅଭିଯାନ କାର୍ଯ୍ଯକାରୀ ହୋଇଥିଲା। ପ୍ରତ୍ୟେକ ମାସ ବିଦ୍ୟୁତ୍ ସଠିକ ବିଲ ପଇଠ କରୁଥିବା ଗ୍ରାହକ ମାନଙ୍କୁ ନେଇ ଏକ ଲଟେରୀ ଉଠାଣ କାର୍ଯ୍ଯ କରାଯାଇଥିଲା। ଏହି ଅବସରରେ ତିନି ଜଣ ବିଦ୍ୟୁତ୍ ଉପଭୋକ୍ତା ପୁରସ୍କୃତ ହୋଇଥିଲେ ।

ପୁରସ୍କୃତ ଗ୍ରାହକ ମାନଙ୍କ ମଧ୍ୟରେ ବରପାଲିରୁ ଉମେଶ ଚନ୍ଦ୍ର ପ୍ରଧାନ ପ୍ରଥମ, ବ୍ଲକ ଅଞ୍ଚଳର କୁସନପୁରି ଗ୍ରାମର ବ୍ଲକ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲାଞ୍ଚଲ୍ ପ୍ରଧାନ ଦ୍ୱିତୀୟ ଓ କେବାଡ ଗ୍ରାମର ବିଶ୍ଵନାଥ ରଣା ତୃତୀୟ ସ୍ଥାନରେ ପୁରସ୍କାର ପାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ୍ ବିଭାଗ ଏସ ଡି ଓ ଶୁଭେନ୍ଦୁ ସାମନ୍ତ ରାୟ, ସେକ୍ସସନ୍ ଅଫିସର-୧ ପ୍ରକାଶ କୁମାର ରାଏ, ସେକ୍ସସନ୍ ଅଫିସର-୩ ରାକେଶ ରୋସନ୍ ରାଏ,ଏବଂ ସମସ୍ତ କର୍ମଚାରୀ ଙ୍କ ସମେତ ବିଦ୍ୟୁତ୍ ଗ୍ରାହକ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

error: Content is protected !!