Tuesday, March 10, 2026
Homeରାଜ୍ୟନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀକୁ ଫାଶୀଦଣ୍ଡ ଦାବୀରେ କ୍ୟାଣ୍ଡେଲ ଶୋଭାଯାତ୍ରା ।

ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀକୁ ଫାଶୀଦଣ୍ଡ ଦାବୀରେ କ୍ୟାଣ୍ଡେଲ ଶୋଭାଯାତ୍ରା ।

ପାଇକମାଲ-ପାଇକମାଲ ବ୍ଲକ ଟେମରୀ ପଞ୍ଚାୟତ ସୋଢ଼ା ଗ୍ରାମର ୫ ବର୍ଷ ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ପୀଡିତ ପରିବାରକୁ ନ୍ୟାୟ ପ୍ରଦାନ,ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେବା ଦାବୀ ଓ କୁନି ଝିଅର ଅମର ଆତ୍ମା ସଦଗତି ନିମନ୍ତେ ଭେଙ୍ଗରାଜପୁର ଗ୍ରାମରେ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଟେମିରୀ ସରପଞ୍ଚ ଦିଲୀପ ବେହେରା , ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ତହସିଲ ରଣା ,ହୁତାଶନ ପାଣ୍ଡେ ସହ ସମସ୍ତ ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ। ଫାଶୀ ଦଣ୍ଡ ପରି କଠୋର ଦଣ୍ଡରେ ଦଣ୍ଡିତ ହେଲା ପରେ ଅଂଚଳ ପାଇଁ ଏକ ଦୃଷ୍ଟାନ୍ତ ହେବ।ଭବିଷ୍ୟତରେ ଏପରି ଜଘନ୍ୟ କାମ କରିବାକୁ କେହି ସାହସ କରିବେ ନାହିଁ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ଦାବୀ କରିଥିଲେ।

error: Content is protected !!