Saturday, March 7, 2026
Homeରାଜ୍ୟପାଇକମାଲରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା,ରକ୍ତଦାନ ଶିବିର ଓ କମ୍ବଳ ବଣ୍ଟନ ।

ପାଇକମାଲରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା,ରକ୍ତଦାନ ଶିବିର ଓ କମ୍ବଳ ବଣ୍ଟନ ।

ପାଇକମାଲ(ବିଦ୍ୟାଧର ସାହୁ)-ଲାୟନ୍ସ କ୍ଲବ ପାଇକମାଲ ନୃସିଂହନାଥ ସହଯୋଗରେ ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା, ମଧୁମେହ ରକ୍ତ ପରୀକ୍ଷା ଓ ରକ୍ତଦାନ ଶିବିରକୁ ସରପଞ୍ଚ ଜୟନ୍ତ ସାହୁ, ସମିତି ସଭ୍ୟ ପଙ୍କଜ ସାହୁ, ଡାକ୍ତର ଶ୍ରୀଧର ପ୍ରଧାନ, ଡାକ୍ତର ରାଜୀବ ଲୋଚନ ପଟ୍ଟନାୟକ, ଲାୟନ୍ସ କ୍ଲବ ସଭାପତି ଗୋବର୍ଦ୍ଧନ ଅଗ୍ରୱାଲ, ଜିଲ୍ଲା କ୍ୟାବିନେଟ ସଭ୍ୟ ଜନାର୍ଦ୍ଦନ ପଣ୍ଡା, ସୁନ୍ଦରମଣି ନାୟକ, ଶ୍ୟାମଲାଲ ପ୍ରଧାନ,

ଆନନ୍ଦ ଅଗ୍ରୱାଲ, ମୀନକେତନ ବେହେରା, ଆଲୋକ ମିଶ୍ର, ଆଶୋକ ଜିନ୍ଦଲ, କୀର୍ତ୍ତନ ସୋନି, ନଳିନୀ ଥପା, ଦୟାଗୋପାଳ ତ୍ରିପାଠୀ, ସତ୍ୟବ୍ରତ ମିଶ୍ର, ନିଲେଶ ଅଗ୍ରୱାଲ ଓ ସମସ୍ତ ସଦସ୍ୟ ତଥା ଗ୍ରାମର ବିଶିଷ୍ଟ ବ୍ୟକ୍ତି ପର୍ଶୁରାମ ନାୟକ, ଦେବରାଜ ସାହୁ, ମାନଭଞ୍ଜନ ସାହୁ ଓ ଅନ୍ୟ ମାନେ ଉଦଘାଟନୀ ସଭାରେ ଉପସ୍ଥିତ ଥିଲେ l ଏହି ଶିବିରରେ ୨୫୧ ଜଣଙ୍କୁ ଚିକିତ୍ସା ସହିତ ମାଗଣା ଔଷଧ, ୨୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ୭୧ ଜଣଙ୍କ ମଧୁମେହ ପରୀକ୍ଷା କରା ଯାଇଥିଲା l ଏହି ଅବସରରେ ବୃଦ୍ଧବୃଦ୍ଧା ମାନଙ୍କୁ ୫୭ ଗୋଟି କମ୍ବଳ ବଣ୍ଟନ କରାଯାଇଥିଲା l

error: Content is protected !!