Saturday, March 7, 2026
Homeରାଜ୍ୟଗନ୍ଧମାର୍ଦ୍ଦନ ସୁରକ୍ଷା ସହ ନୃସିଂହନାଥ ପୀଠକୁ ଜାତୀୟ ପର୍ଯ୍ୟଟନ ସ୍ଥଳ ର ମାନ୍ୟତା ଦାବୀ କଲା,...

ଗନ୍ଧମାର୍ଦ୍ଦନ ସୁରକ୍ଷା ସହ ନୃସିଂହନାଥ ପୀଠକୁ ଜାତୀୟ ପର୍ଯ୍ୟଟନ ସ୍ଥଳ ର ମାନ୍ୟତା ଦାବୀ କଲା, ବରଗଡ ଓକିଲ ସଂଘ ।

ପାଇକମାଲ – ପୁଣ୍ୟ ପିଠ ନୃସିଂହନାଥ ପରିସରରେ ରବିବାର ବରଗଡ଼ ଓକିଲ ସଂଘର ଏକ ବୈଠକ ସଂଘର ସଭାପତି ଭୀଷ୍ମଦେବ ସରାଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ଅତିଥି ଭାବେ ବିଶିଷ୍ଠ ଓକିଲ ଭବାନୀ ସାହୁ, କିଶୋର ସାହୁ, ରାଜେନ୍ଦ୍ର ସିକନ୍ଦର, ବିରବଲ ମହାକୁଡ଼, ବୀରେନ୍ଦ୍ର ପଧାନ, ରମେଶ ମହାପାତ୍ର, ଅଜିତ ଶତପଥି , ବିମଲ ଦାସ, ସୁଶାନ୍ତ ସାହୁ, ସୁବାସ ପଧାନ, ଜଟାଧାରି ପଧାନ ପ୍ରମୁଖ ଓକିଲ ମାନେ ଯୋଗଦେଇ

ଗନ୍ଧମାର୍ଦନ ପାର୍ବତକୁ ସୁରକ୍ଷା, ନୃସିଂହନାଥ ପୀଠ କୁ ଜାତୀୟ ପର୍ଯ୍ୟଟନ ସ୍ଥଳୀମାନ୍ୟତା ,ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟକୁ ନୃସିଂନାଥ ଜାତୀୟ ମହାବିଦ୍ୟାଳୟକୁ ୟୁନିବାରସିଟି ତଥା ଗବେଷଣା କେନ୍ଦ୍ର ର ମାନ୍ୟତା, ଭାରତ ସରକାର ଦେବାପାଇଁ ଦାବୀ କରି ଛନ୍ତି |ଏଥି ସହ ନୃସିଂହନାଥ କୁ ଆହୁରି ଉନ୍ନତି କରିବାକୁ ମଧ୍ୟ୍ୟ ଦାବୀ କରି ଛନ୍ତି | ଶେଷରେ ଆଇନଜୀବୀ ଅଜିତ ଶତପଥି ନିଜର ମନ୍ତବ୍ୟ ସହ ଧନ୍ୟବାଦ ଦେଇ ଥିଲେ। ଏହାପରେ ଓକିଲ ସଂଘର ସମସ୍ତ କର୍ମକର୍ତା ଏଠାରେ ଗନ୍ଧମାର୍ଦନ ସୁରକ୍ଷା ପାରିଷଦର ସଂକଳ୍ପ ସମାବେଶ ରେ ଯୋଗଦେଇ ଥିଲେ |

error: Content is protected !!