Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମହିଳା ମହାବିଦ୍ୟାଳୟରେ ବିଶ୍ଵ ଏଡସ ଦିବସ ପାଳିତ ।

ମହିଳା ମହାବିଦ୍ୟାଳୟରେ ବିଶ୍ଵ ଏଡସ ଦିବସ ପାଳିତ ।

ବରପାଲି-ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ଏଡସ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଆ ବିଭାଗର ମୁଖ୍ୟ ତଥା ଯୁବ ରେଡକ୍ରସ କାଉନସିଲର ଯତୀନ୍ଦ୍ର କୁମାର ସାହୁଙ୍କ ପରିଚାଳନା ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେବା ସହ ମୁଖ୍ୟ ବକ୍ତା ଭାବେ ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସୁଧାଂଶୁ କୁମାର ଦାଶ ଯୋଗ ଦେଇ HIV Aidsର ଲକ୍ଷଣ ତତ୍ ସମ୍ପର୍କିତ ଅନେକ କିଛି ନୂତନ ତଥ୍ୟ ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଦାନ କରି ଛାତ୍ରୀ ମାନଙ୍କ ସହ ଦୀର୍ଘ ସମୟଧରି ଆଲୋଚନା କରିଥିଲେ। ଛାତ୍ରୀ ରାଖି,ଗୀତା ଦୀପ୍ତି,ଜୟଶ୍ରୀ ପ୍ରାରମ୍ଭିକ ଓ ସମାପ୍ତି ସଙ୍ଗୀତ ଗାନ କରିଥିଲେ। ହିନ୍ଦୀ ବିଭାଗର ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ସହକର୍ମୀ ନେପାଲ ବିଶ୍ଵାଲ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରବନ୍ଧ ଲିଖନ,ବକୃତା,ରଙ୍ଗୋଳୀ ପ୍ରଭୃତି ପ୍ରତିଯୋଗିତାରେ କୃତି ଲାଭ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ପରେ ପରେ ସ୍ଵେଚ୍ଛାସେବୀ ମାନେ ମୁଖ୍ୟ ରାସ୍ତାକୁ ଆସି ଲୋକଙ୍କୁ ସଚେତନ କରାଇ ଲୋକଙ୍କୁ ପୁସ୍ତିକା ବଣ୍ଟନ କରିବା ସହ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ।ଏ ଅବସରରେ ମହାବିଦ୍ୟାଳୟର ଅଧ୍ୟାପିକା ନିଳୀମା ନାୟକ, ପିଙ୍କି ବାରିକ,ଜ୍ୟୋତି ସାହୁ, ମନିଷା ଭୋଇ,ପୁନମ ସାହୁ, ସସ୍ମିତା ମେହେର,ପରିଣୀତା ପ୍ରଧାନ,ଶୋଭାବତୀ ଥପା,ସହକର୍ମୀ ଶଶାଙ୍କ ଶେଖର ପଧାନ,ସାର୍ଥକ ପାଣିଗ୍ରାହୀ, ବିରେନ୍ଦ୍ର ଖଟୁଆ,ତ୍ରିପୁରା ବେହେରା ସାମିଲ ହୋଇଥିଲେ।

error: Content is protected !!