ପଦ୍ମପୁର- ପଦ୍ମପୁର ଅଞ୍ଚଳରେ ଚୋରା ମଦ ବିକ୍ରି ଓ ଗଞ୍ଜେଇ ଚାଲାଣ ବନ୍ଦ କରିବା ପାଇଁ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ବରଗଡ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ଅବକାରୀ ଇନ୍ସପେକ୍ଟରଙ୍କ ତତ୍ତ୍ବାବଧାନରେ ପଦ୍ମପୁର ଅବକାରୀ ଥାନା ଅଧିକାରୀ ଲକ୍ଷ୍ମୀଧର ମାଝୀ

ଓ ତାଙ୍କ ସହକର୍ମୀ ଜଗଦଳପୁର ଥାନା ଅନ୍ତର୍ଗତ ବୁକୁରାମୁଣ୍ଡା ଗାଁର ମନୋଜ ବାରିକଙ୍କ ଘରେ ଚଢ଼ାଉ କରିଥିଲେ । ମନୋଜ ଠାରୁ ଦୁଇ କେଜି ପାଞ୍ଚଶହ ଗ୍ରାମର ଗଞ୍ଜେଇ ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଲିଛି ।

