Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମ୍ମିଳନୀ ।

ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମ୍ମିଳନୀ ।

ପଦ୍ମପୁର-ଓଡିଶା ସରକାର, ଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀର ୬୩ ଜଣ ଯୋଗ ଦେଇଥିଲେ। ସଭାର ସଭାପତି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନା ସଭାକୁ ସମ୍ବୋଧନ କରି ଛାତ୍ର ଛାତ୍ରୀ ମାନଙ୍କ ଆପାର୍.ଆଇ.ଡି ସୃଷ୍ଟିର ବିଭିନ୍ନ ପଦକ୍ଷେପ ସହ ଆଧାର କାର୍ଡ ସଂଶୋଧନ ବିଷୟ ସହ ଶୈକ୍ଷିକ ଅଭିବୃଦ୍ଧି ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ।

ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ୍ର ନାଥ ସାହୁ ପାଠପଢ଼ା ରେ ଅଭିଭାବକ ମାନଙ୍କ ସହଯୋଗ ସହ ଆପାର ଆଇ ଡି ର ବିଭିନ୍ନ ସୁବିଧା ର ଦିଗମାନ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଅଭିଭାବକ ମାନଙ୍କ ସ୍ବୀକାର ଫର୍ମ ପୂରଣରେ ସହଯୋଗ କରିଥିଲେ ଶିକ୍ଷକ ଶ୍ରୀଯୁକ୍ତ ପୁରନ୍ଦର ଭୋଇ, ଶିକ୍ଷିକା ଶ୍ରୀମତି ଅଞ୍ଜଳି ବେହେରା ଓ ଶ୍ରୀମତି ରେବତୀ ବିଶି।

ଅଭିଭାବକ ମହଲରେ ବିଦ୍ୟାଳୟ ର ପାଠପଢ଼ା ରେ ପ୍ରଧାନ ଶିକ୍ଷକ ଙ୍କ ପଦକ୍ଷେପ ତଥା ଅତିରିକ୍ତ ପାଠପଢ଼ା, ନିୟମିତ ଉପସ୍ଥାନ ପାଇଁ ଅଭିଭାବକ ଙ୍କୁ ଯୋଗାଯୋଗ କୁ ପ୍ରସଂଶା କରିଥିଲେ। ଶିକ୍ଷୟିତ୍ରୀ ଶ୍ରୀମତି ରେବତୀ ବିଶି ଶେଷରେ ଧନ୍ୟବାଦ ଦେଇ ଭବିଷ୍ୟତର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିଭାବକ ମାନଙ୍କ ଯୋଗଦାନ ପାଇଁ ନିଉତା ଦେଇଥିଲେ।

error: Content is protected !!